ଶତୃଘ୍ନ ସିହ୍ନାଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇବେ ସୋନାକ୍ଷୀ

ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ବାଲିଗଞ୍ଜରେ ନିର୍ବାଚନ ଲଢ଼ୁଥିବାବେଳେ ଆସାନସୋଲ ଲୋକସଭା ସିଟରୁ ତାରକା ପ୍ରାର୍ଥୀ ଶତୃଘ୍ନ ସିହ୍ନା ନିର୍ବାଚନ ଲଢ଼ୁଛନ୍ତି ।

ମୁମ୍ବାଇ: ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ବାଲିଗଞ୍ଜରେ ନିର୍ବାଚନ ଲଢ଼ୁଥିବାବେଳେ ଆସାନସୋଲ ଲୋକସଭା ସିଟରୁ ତାରକା ପ୍ରାର୍ଥୀ ଶତୃଘ୍ନ ସିହ୍ନା ନିର୍ବାଚନ ଲଢ଼ୁଛନ୍ତି । ତେବେ ସୂଚନା ଅନୁଯାଇ, ବାପା ଶତୃଘ୍ନ ସିହ୍ନାଙ୍କ ପାଇଁ ଝିଅ ତଥା ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରଚାର କରିବେ । ସେଥିପାଇଁ ସେ ଆସାନସୋଲ ଆସିବେ, ତେବେ ଏହି ଖବର ନିଜେ ଶତୃଘ୍ନ ସିହ୍ନା ଜଣାଇଛନ୍ତି ।

ସୂଚନାନୁସାରେ, ୨୦ ମାର୍ଚ୍ଚ ରବିବାର ଦିନ ସେ ଆସାନସୋଲରେ ପ୍ରଚାର ଆରମ୍ଭ କରିବେ । ଆସାନସୋଲର ପ୍ରାର୍ଥୀ ଶତୃଘ୍ନ ସିହ୍ନା ମଧ୍ୟ ପ୍ରଚାର ସମୟରେ ରହିବେ । ତାଙ୍କର ପ୍ରଚାର ଅଭିଯାନ ରବିବାର ଆସାନସୋଲର ରବୀନ୍ଦ୍ର ଭବନରେ ଏକ କର୍ମକର୍ତ୍ତା ବୈଠକରୁ ଆରମ୍ଭ ହେବ । ଯଦି ଅନୁମତି ମିଳିବ ତେବେ ସେ ରୋଡ ସୋ ମଧ୍ୟ କରିବା ନେଇ ଜଣାଇଛନ୍ତି।