୭ମ ଦିଵସଠାରୁ ୯ମ ଦିନ ପର୍ଯ୍ୟନ୍ତ ୩ଦିନ ପାଳିଵା ଯାତ୍ରାର ନାମ ମହରମ୍

ମହରମ୍ ମୁସଲମାନମାନଙ୍କ କିଛି ଗୋଷ୍ଠୀ ମହରମ୍ ମାସର ୭ମ ଦିଵସଠାରୁ ୯ମ ଦିନ ପର୍ଯ୍ୟନ୍ତ ୩ଦିନ ପାଳିଵା ଯାତ୍ରାର ନାମ ମହରମ୍।ପବିତ୍ର କୁରଆ’ନ ଏବଂ ହଦୀସ ଶରୀଫ ଗ୍ରନ୍ଥ ରେ ମହରମ ପାଳନ କରିବାର କିଛି ବର୍ଣ୍ଣନା ନାହିଁ।ସୁନ୍ନି ପରମ୍ପରା ଅନୁସାରେ ହଦୀସ୍ ଗ୍ରନ୍ଥ ରେ ବର୍ଣ୍ଣନା ରହିଛି ନବମୀ ଓ ଦଶମୀ ମହରମ ରେ ଉପବାସ ବ୍ରତ ପାଳନ କରିବା ବିଧେୟ। ମହମ୍ମଦଙ୍କ ମୃତ୍ଯୁର ୩୪ବର୍ଷ ପରେ ତାଙ୍କ କନ୍ଯା ଫାତେମା ତୁଜ ଜହରା ଙ୍କ ବଡ଼ ପୁଅ ଇମାମ୍ ହସନ୍ ଖଲୀଫା(ଶାସକ) ପଦରେ ଵସିଵାର ଛଅମାସ ପରେ ଦାମସ୍କର ଶାସନକର୍ତ୍ତା ‘ ମାୱୀୟାଃ ‘ ଖଲୀଫାଃ ହେବାକୁ ଚାହିଁଵାରୁ ଵୃଥା ରକ୍ତପାତର ଆଶଙ୍କା ଦୂର କରିବା ପାଇଁ ହସନ୍ ତାଙ୍କୁ ଉକ୍ତ ଅଧିକାର ବା ‘ଖିଲାଫତ୍’ ଛାଡ଼ି ଦେଲେ; ତଥାପି ମାୱୀୟାଃ ଙ୍କ ପୁଅ ୟଜୀଦ୍ ହସନ ଙ୍କୁ ବିଷ ଖୁଆଇ ମାରିଦେଲେ।

ଏଥିରେ ମଧ୍ଯ ସନ୍ତୁଷ୍ଟ ନ ହୋଇ ମାୱୀୟାଃ ହଜରତ୍ ଅଲୀ ଙ୍କ ସାନ ପୁଅ, ହସନଙ୍କ ଭାଇ ହୋସେନଙ୍କୁ ଓ ତାଙ୍କର ୭୨ଜଣ ସଙ୍ଗୀମାନଙ୍କୁ ଵିଶ୍ବାସରେ ଇରାକର ‘କୁଫା’ ନାମ ସ୍ଥାନକୁ ଡ଼କାଇ ନେଇ ସେଠାରେ ସେମାନଙ୍କର ଖାଦ୍ୟ ଓ ପାନୀୟ ବନ୍ଦ କରି ନିରାହାର ରଖେଇ ନିଷ୍ଠୁରଭାବରେ ‘କତଲ୍’ (ହତ୍ଯା) କରାଗଲା। ଏହି ଦୂର୍ଘଟଣା ମହରମ୍ ମାସରେ ହୋଇ ଥିବାରୁ ମୁସଲମାନମାନଙ୍କ ମଧ୍ୟରେ ସିହା ସମ୍ପ୍ରଦାୟ ଓ ସୁନ୍ନୀ ପନ୍ଥ ର ବରେଲୱୀ ଗୋଷ୍ଠୀ ସମୂହ ଏହାର ସ୍ମରଣାର୍ଥ ମହରମ୍ ପାଳନ୍ତି। ଏ ସମୟରେ ସେମାନେ ଶୋକ ପାଳନ, ଦାନ ପୁଣ୍ୟ ଓ ଭୋକିଲି ଶୋଷିଲା ଲୋକମାନଙ୍କୁ ଖାଦ୍ୟ, ପାନୀୟ ପ୍ରଦାନ କରିବାର ଵିଧାନ ପାଳିଥାନ୍ତି। ମୁସଲମାନ ମାନେ ବାହାର କରିବା ତାଜିଆ ଓ ତତ୍ସଂକ୍ରାନ୍ତୀୟ ଖେଳ ତାମସା ଧର୍ମବିରୁଦ୍ଧ । କିନ୍ତୁ କାଳକ୍ରମେ ଏ ଖେଳ, ଲାଠି ଓ ଅସ୍ତ୍ର ପ୍ରଦର୍ଶନ ପରମ୍ପରାଟି ଯାତ୍ରା, ଉତ୍ସଵ ଓ ପର୍ଵରେ ପରିଣତ ହୋଇଅଛି।

କଥିତ ଅଛି ଯେ ତୈମୁର୍ଲଙ୍ଗ୍ ଭାରତଵର୍ଷରେ ତାଙ୍କ ସୈନ୍ଯଙ୍କ ପାଳିତ (ଖ୍ରୀ.1398) ମହରମ୍ ଉପଲକ୍ଷରେ ସର୍ବ ପ୍ରଥମେ ତାଜିଆ ନିର୍ମାଣ କରି ତାଜିଆ ସହିତ ଶୋଭାଯାତ୍ରା କରିଵା ମଧ୍ୟ ଆରମ୍ଭ କରିଥିଲେ ଏଵଂ ସେହି ସମୟରୁ ଏହା କ୍ରମଶଃ ସମଗ୍ର ଭାରତର ମୁସଲମାନଙ୍କ ମଧ୍ଯରେ ଚଳି ଆସୁଅଛି। ଯେଉଁ ଯୁଦ୍ଧର ସ୍ମରଣାର୍ଥ ମହରମ୍ ପାଳିତ ହୁଏ ତାହା ମୁସଲମାନୀ ମହରମ୍ ମାସର ୭ମ ଦିନ ଆରମ୍ଭ ହୋଇ ୯ମ ଦିନ ଶେଷ ହେଲା ଓ ହୋସେନ୍ ୯ମ ଦିନ କରବଲ୍ଲା ଏ ଅକବର ର ଶୋକ ପ୍ରକାଶର ଚିହ୍ନରୂପେ ମୁସଲମାନମାନେ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତି।