ଜୀବନ ଓ ଈଶ୍ବର

ଜୀବନକୁ ଆମେ ଯେମିତି ବୋଧ କରିପାରୁ, ଦେଖି ପାରୁନା, ଈଶ୍ବରଙ୍କୁ ବି ସେମିତି ବୋଧ କରିପାରୁ, କିନ୍ତୁ ଦେଖି ପାରୁନା । ତାଙ୍କୁ ବୋଧକରୁ ଆମମାନଙ୍କର ହିଁ ଜୀବନର ଭିତରେ । ସେ ଜୀବନସମ୍ବେଗ ରୂପରେ ଆମମାନଙ୍କ ଭିତରେ ଅଛନ୍ତି । ଆମେ ତଦଭିମୁଖି ହୋଇ ଯେତିକି ଚାଲୁ, ସେତିକି ଭ୍ରାନ୍ତିମୁକ୍ତ ହୋଇପାରୁ । ଆମେ ଭୁଲ୍ କରୁ, ତା’ର ମାନେ ଅନ୍ତରସ୍ଥ ଭଗବାନଙ୍କୁ ଭୁଲ୍ ପଥରେ ଖର୍ଚ୍ଚ କରୁ । ସେ ଆମ୍ଭମାନଙ୍କର ସବୁଥିରେ ହିଁ ରାଜୀ । ଭୁଲ୍ କରିଲେ ବି ସେତେବେଳେ ହିଁ ସେ ଆମ୍ଭମାନଙ୍କୁ ଛାଡ଼ି ଚାଲିଯାଆନ୍ତି ନାହିଁ, ସେତେବେଳେ ବି ସେ ଆମ୍ଭମାନଙ୍କର ଭିତରେ ଥାଆନ୍ତି ।

କିନ୍ତୁ ଆମମାନଙ୍କ ଉପରେ ତାଙ୍କର କୌଣସି ହାତ ନାହିଁ । ଯେମିତି ବାପାଙ୍କର ହାତ ନାହିଁ ପୁଅର ଉପରେ, ଯଦିଓ ପୁଅ ବାପାଙ୍କର ହିଁ । ଦେଖିଛନ୍ତି ତ ଜଗନ୍ନାଥଙ୍କର ହାତ ନାହିଁ । ତା’ର ମାନେ ଆମେ ଯଦି ତାଙ୍କୁ ଜାବୁଡ଼ି ନ ଧରୁ, ସେ ଆମ୍ଭମାନଙ୍କୁ ଧରିପାରନ୍ତି ନାହିଁ । ଆମେ ଧରିଲେ ସେ ଚଲେଇ ନେଇ ପାରନ୍ତି । ଯେତେ ହିଁ ଆମେ ତାଙ୍କ ପଥରେ ଚାଲୁ, ସେତେ ହିଁ ଉପକୃତ ହେଉ । ଜୀବନକୁ ପାଉ ଆହୁରି ଆହୁରି କରି । ଶ୍ରୀଶ୍ରୀ ଠାକୁର…