ଅନେକ ଜନ୍ମ ସଂପ୍ରାପ୍ତ ସର୍ବ କର୍ମ ବିଦାହୀନେ

ଜୀବ ଅନେକାଧିକ ଜନ୍ମ–ମୃତ୍ୟୁର ଚକ୍ର ମଧ୍ୟରେ ଯିବା ଆସିବା କରିଥାଏ। ସେ ପ୍ରତ୍ୟେକ ଜନ୍ମରେ ସାଂସାରିକ କର୍ମ କରେ— ସତ୍କର୍ମ, ଦୁଷ୍କର୍ମ, ମିଶ୍ର କର୍ମ। ଏହି ସମସ୍ତ କର୍ମ ମିଳି ଜୀବଙ୍କର ସଂଚିତ କର୍ମ ଭଣ୍ଡାର ତିଆରି କରେ। ସେଇ ଭଣ୍ଡାର ଅପାର, ଅସୀମ।

ଯେତେବେଳେ ସାଧକ ନିଜର ଅସଲ ସ୍ୱରୂପକୁ ବୁଝିବାକୁ ଆରମ୍ଭ କରେ— “ମୁଁ ଦେହ, ମନ, ବୁଦ୍ଧି ନୁହେଁ; ମୁଁ ଶୁଦ୍ଧ, ନିର୍ମଳ, ଚିଦାନନ୍ଦ ଆତ୍ମା”— ସେଇ ଅଜ୍ଞାନର ଆବରଣ ହଟିବା ସହିତ, ଅନେକ ଜନ୍ମ ଧରି ତିଆରି ହୋଇଥିବା କର୍ମଗୁଡ଼ିକ ନଷ୍ଟ ହେବାକୁ ଲାଗେ।

“ବିଦାହୀନେ” ର ଅର୍ଥ— ଜ୍ଞାନ ଅଗ୍ନିରେ ସମସ୍ତ କର୍ମ ପୋଡ଼ି, ସମୂଳ ନଷ୍ଟ (ବିଦାହ) ହୋଇଯାଏ।
ଯେପରି ସୂର୍ଯ୍ୟ ଉଦୟ ପରେ ଅନ୍ଧାର ରହିପାରେନି, ସେପରି ଆତ୍ମଜ୍ଞାନ ଉଦ୍ଭାସିତ ହେଲେ କର୍ମାନ୍ଧକାର ରହିପାରେନି।

ଗୁରୁ ହେଉଛନ୍ତି ସେଇ ଆଦର୍ଶ, ପ୍ରଭାବଶାଳୀ ଶିକ୍ଷକ, ଯିଏ ଶିଷ୍ୟକୁ ନିଜର ସ୍ୱରୂପ ଜ୍ଞାନରେ ନେଇଯାନ୍ତି। ତେଣୁ ଶିଷ୍ୟ ଗୁରୁଙ୍କୁ ନମସ୍କାର କରି ସମ୍ମାନ ଜଣାଏ— ଯେଉଁଥିରେ ତାଙ୍କର ଗୁରୁତ୍ୱ ପ୍ରଭାବରେ ଜ୍ଞାନ ଦ୍ୱାରା କର୍ମ ପୋଡ଼ିଯାଏ।