ନାଗ ପଂଚମୀ: ଭାଗ୍ୟ ଚମକିବା ଦିନ

ଏହି ପାଂଚଟି ସଙ୍କେତ ଜଣାଇଦିଏ ଅମାପ ଧନ, ସାମାଜିକ ପ୍ରତିଷ୍ଠା…

ଭୁବନେଶ୍ୱର: ଶ୍ରାବଣ ମାସ ଶୁକ୍ଳପକ୍ଷ ପଂଚମୀ ତିଥିକୁ ନାଗ ପଂଚମୀ ଭାବେ ପାଳନ କରାଯାଏ । ଏହିଦିନ ବିଧିପୂର୍ବକ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କଲେ, ଜୀବନରୁ ସବୁ ସଙ୍କଟ ଦୂର ହୋଇଯାଏ । ଖୋଦ ଭଗବାନ ଶିବ ଗଳାରେ ବାସୁକୀ ନାଗ ଧାରଣ କରିଛନ୍ତି । ଜ୍ୟୋତିର୍ବିଦଙ୍କ ମତରେ ନାଗ ପଂଚମୀ ଦିନ କିଛି ବିଶେଷ ଦ୍ରବ୍ୟ ଦେଖିଲେ, ବହୁତ ଶୁଭ ହୋଇଥାଏ । ନାଗ-ନେଉଳ ଭିତରେ ଥିବା ତିକ୍ତ ସମ୍ପର୍କ ସମସ୍ତଙ୍କୁ ଜଣା । କିନ୍ତୁ ନାଗ ପଂଚମୀ ଦିନ ସ୍ୱପ୍ନରେ ନେଉଳ ଦେଖିଲେ, ଜାଣିନିଅନ୍ତୁ ଆପଣ ଖୁବ ଶୀଘ୍ର ମାଲାମାଲ୍‌ ହେବାକୁ ଯାଉଛନ୍ତି । ନାଗ ପଂଚମୀ ଦିନ କୌଣସି ମନ୍ଦିରରେ ଶିବଲିଙ୍ଗ ଉପରେ କୁଣ୍ଡଳୀ ମାରି ନାଗ ରହିଥିବାର ଦେଖିଲେ, ଅତି କମ୍‌ ଦିନ ଭିତରେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ବୋଲି ଜାଣିବ । ଶିବଲିଙ୍ଗକୁ ଗୁଡ଼ାଇ ରହିଥିବା ନାଗ ଦର୍ଶନ କଲେ, ଆପଣଙ୍କ ଆର୍ଥିକ ସଂକଟ ଦୂର ହେବାର ସଙ୍କେତ ଦେଇଥାଏ ।

ନାଗ ପଂଚମୀ ଦିନ କୌଣସି ଗଛରେ ସାପ ଚଢୁଥିବାର ଅବା ଓହ୍ଲାଉଥିବାର ଦେଖିଲେ, ଜାଣିବ ଯେ ଆପଣଙ୍କ କ୍ୟାରିଅରରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ସେହିପରି ନାଗ ପଂଚମୀ ଦିନ ସ୍ୱପ୍ନରେ ନାଗ-ନାଗୁଣୀ ଯୋଡ଼ି ଦେଖିଲେ, ଆପଣଙ୍କ ଭାଗ୍ୟୋଦୟ ଓ ସୁଖ ସମୃଦ୍ଧି ହେବାର ସଙ୍କେତ ଦେଇଥାଏ । ଜୀବନରେ ଲମ୍ବା ସମୟ ଧରି ଚାଲୁଥିବା ସଂକଟ ଦୂର ହୋଇଯିବ ବୋଲି ବୁଝିବାକୁ ହେବ । ନାଗ ପଂଚମୀ ଦିନ ସ୍ୱପ୍ନରେ ହାତୀ ଦେଖିବା ଅର୍ଥ ଆପଣଙ୍କୁ କୌଣସି ସୂତ୍ରରୁ ପ୍ରଚୁର ଧନଦୌଲତ ମିଳିବାକୁ ଯାଉଛି । ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠା ମିଳିବାର ସଙ୍କେତ ପ୍ରଦାନ କରିଥାଏ । ସ୍ୱପ୍ନରେ ଧଳାହାତୀ ଦେଖିବା ଅର୍ଥ ସୌଭାଗ୍ୟର ଦିନ ପାଖେଇ ଆସୁଛି ।