ଶାରଦୀୟ ନବରାତ୍ରୀ: ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ, ପୂରଣ ହେବ ସବୁ ଅଭିଳାଷ

ଶାରଦୀୟ ପୂଜା ଆରମ୍ଭ ହୋଇଛି ସେପ୍ଟେମ୍ବର ୨୨ ତାରିଖରୁ । ନବଦିନ ବ୍ୟାପୀ ପୂଜାର୍ଚ୍ଚନାରେ ମା’ ଦୁର୍ଗାଙ୍କୁ ନଅଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଅକ୍ଟୋବର ୨ ତାରିଖ ଦିନ ବିଜୟାଦଶମୀ ପାଳିତ ହେବ । ଚଳିତ ନବରାତ୍ର ପୁରା ୧୦ ଦିନ ଧରି ଚାଲିବ ।

ମାନ୍ୟତା ରହିଛି, ଏହି ଦିନଗୁଡ଼ିକରେ ମା’ ଦୁର୍ଗାଙ୍କୁ ତାଙ୍କ ମନଲାଖି ଫୁଲ ଅର୍ପଣ କଲେ, ମା’ ସହଜରେ ପ୍ରସନ୍ନ ହୋଇଯାନ୍ତି । ଭକ୍ତର ସବୁ ମନସ୍କାମନା ପୂରଣ କରନ୍ତି ।

ନବଦିନ ବ୍ୟାପୀ ପୂଜାର୍ଚ୍ଚନାକୁ ଅବହେଳା ନକରି ଆପଣ ପ୍ରତ୍ୟେକ ଦିନ ମା’ଙ୍କ ଚରଣରେ ଗୋଟିଏ ଲାଲ ମନ୍ଦାର ଅବା ଗୋଲାପ ଫୁଲ ଅର୍ପଣ କରନ୍ତୁ ।

ଘର ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । ଧନଧାନ୍ୟ ଅଭାବ ରହିବନି ।

ନବରାତ୍ର ସମୟରେ ମା’ଙ୍କ ଚରଣରେ ପଦ୍ମଫୁଲ ଅର୍ପଣ କରିବା ଉଚିତ । ପଦ୍ମଫୁଲ ଜ୍ଞାନର ପ୍ରତୀକ । ମଲ୍ଲୀ ଓ ଚମ୍ପା ଫୁଲ ଅର୍ପଣ କରିବା ଶୁଭଦାୟକ । ଏହି ଦୁଇଟି ଫୁଲ ସାହସ ଓ ପରାକ୍ରମକୁ ସୂଚାଇଥାଏ ।

ରୋଗ କବଳରୁ ମୁକ୍ତ ହେବା ପାଇଁ ମା’ଙ୍କ ଚରଣରେ ହଳଦିଆ କନିଅର ଫୁଲ ଅର୍ପଣ କରିବା ଭଲ । ବିବାହରେ ବାଧା ଦେଖା ଦେଉଥିଲେ, ମା’ଙ୍କ ଚରଣରେ ଗେଣ୍ଡୁ ଫୁଲ ଚଢ଼ାନ୍ତୁ ।

ମନଲାଖି ବର ଅବା କନ୍ୟା ପାଇବେ । ମା’ ଦୁର୍ଗାଙ୍କ ଚରଣରେ ଗଙ୍ଗଶିଉଳି ଫୁଲ ଅର୍ପଣ କଲେ, ଭୟରୁ ମୁକ୍ତି ମିଳିଥାଏ, ମନରୁ ନକରାତ୍ମକ ଭାବନା ଦୂର ହୋଇଯାଏ ।

ମା’ଙ୍କ ଚରଣରେ ଚମ୍ପା ଫୁଲ ଚଢ଼ାଇଲେ, ପାପରୁ ମୁକ୍ତି ମିଳିଥାଏ ।

ଏକା ମା’ ଦୁର୍ଗା ନୁହନ୍ତି, ସବୁ ଠାକୁର ଠାକୁରାଣୀ ଫୁଲକୁ ଭାରି ଭଲ ପାଆନ୍ତି ।

ଠାକୁର ଠାକୁରାଣୀଙ୍କ ନିକଟରେ ଫୁଲ ଅର୍ପଣ କଲେ ଘରେ ସକାରାତ୍ମକ ଶକ୍ତି ଜାଗ୍ରତ ହୁଏ । ଫୁଲ ପବିତ୍ରତା ଓ ଶୁଦ୍ଧତାର ପ୍ରତୀକ ।