ନବରାତ୍ରରେ ମା’ ଦୁର୍ଗାଙ୍କ ନିକଟରେ ଅର୍ପଣ କରନ୍ତୁ ଏହି ଭୋଗ
ନବରାତ୍ରରେ ମା’ ଦୁର୍ଗାଙ୍କୁ ନବରୂପରେ ପୂଜାର୍ଚ୍ଚନା କରାଯାଏ । ପ୍ରତିଦିନ ମା’ଙ୍କ ନିକଟରେ ଭିନ୍ନ ଭିନ୍ନ ଭୋଗ ଲାଗି କରାଯାଇଥାଏ ।
ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ନିକଟରେ ଗାଈଘିଅରେ ତିଆରି ହାଲୁଆ ଓ ରାବିଡ଼ି ଭୋଗ ଲଗାନ୍ତୁ । ମା’ଙ୍କ ନିକଟରେ ଧଳାରଙ୍ଗର ଭୋଗ ଲଗାଯାଏ ।
ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ନିକଟରେ ପଂଚାମୃତ, ଶାକର ଭୋଗ କରାଯାଏ । ମା’ଙ୍କୁ ପୂଜା କଲେ ମନ ମୁତାବକ ଆଶୀର୍ବାଦ ମିଳିଥାଏ ।
ତୃତୀୟ ଦିନ ମା’ ଚନ୍ଦ୍ରଘଂଟାଙ୍କ ଉପାସନା କରାଯାଏ । ମା’ଙ୍କ ନିକଟରେ ଖିର ଭୋଗ ଲଗାଯାଏ । ଖିରଛେନାରେ ତିଆରି ମିଠା ଲାଗି କରାଯାଏ ।
ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କର ପୂଜା କରାଯାଏ । ମା’ଙ୍କ ନିକଟରେ ମାଲପୁଆ ଭୋଗ ଲାଗି କରାଯାଏ ।
ପଂଚମ ଦିନ ମା’ ସ୍କନ୍ଧମାତାଙ୍କ ନିକଟରେ କଦଳୀ ଭୋଗ କରାଯାଏ ।
ଷଷ୍ଠଦିନ ମା’ କାତ୍ୟାୟିନୀଙ୍କ ପୂଜାର୍ଚ୍ଚନା କରାଯାଏ, ମା’ଙ୍କ ନିକଟରେ ମହୁ ଭୋଗ କରାଯାଏ । ମହୁରେ ତିଆରି ଖିରି ଭୋଗ କରିିପାରନ୍ତି ।
ସପ୍ତମ ଦିନ ମା’ କାଳରାତ୍ରିଙ୍କ ପୂଜାର୍ଚ୍ଚନା କରାଯାଏ, ମା’ଙ୍କ ନିକଟରେ ଗୁଡ଼ ଭୋଗ କରାଯାଏ ।
ଅଷ୍ଟମ ଦିନ ମା’ ମହାଗୌରୀଙ୍କ ପୂଜାର୍ଚ୍ଚନା କରାଯାଏ, ମା’ଙ୍କ ନିକଟରେ ନଡ଼ିଆରେ ତିଆରି ଲଡୁ, ପିଠାପଣା ଲାଗି କରାଯାଏ ।
ନବମ ଦିନ ମା’ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଏ, ମା’ଙ୍କ ନିକଟରେ ହାଲୁଆ, ଡାଲମା, ପୁରୀ ଲାଗି କରାଯାଏ ।