ଯୋଡ଼ି ଆଷାଢ଼ରେ ଶ୍ରୀଜିଉଙ୍କର ନବକଳେବର

ହିନ୍ଦୁ ପଂଚାଙ୍ଗ ଅନୁସାରେ ଯୋଉ ବର୍ଷ ଦୁଇଟି ଆଷାଢ଼ ପଡ଼ିଥାଏ, ସେହି ବର୍ଷ ଶ୍ରୀଜିଉଙ୍କର ନବକଳେବର ହୋଇଥାଏ । ରତ୍ନ ସିଂହାସନରେ ନୂଆ ଦାରୁ ଠାକୁରଙ୍କୁ ପ୍ରତିଷ୍ଠା କରାଯାଏ । ପୁରୁଣା ଦାରୁ ଠାକୁରଙ୍କୁ ସମ୍ମାନର ସହ କୋଇଲି ବୈକୁଣ୍ଠରେ ପୋତି ଦିଆଯାଏ । ପ୍ରତି ୧୨-୧୫ ବର୍ଷରେ ନବକଳେବର ହୋଇଥାଏ।

ନୂଆ ଠାକୁରଙ୍କ ଗର୍ଭରେ ବ୍ରହ୍ମ ସ୍ଥାପନ କରାଯାଏ । ସାରା ପୁରୀରେ ବିଜୁଳି କାଟ କରି ଦିଆଯାଏ । ମନ୍ଦିର ବାହାରେ କଡ଼ା ପହରା ବ୍ୟବସ୍ଥା କରାଯାଏ । ବ୍ରହ୍ମ ସ୍ଥାପନ ସମୟରେ ମନ୍ଦିର ଭିତରୁ କୌଣସି ସେବାୟତଙ୍କୁ ବାହାରକୁ ଛଡ଼ା ଯାଏନା ।

ବ୍ରହ୍ମ ସ୍ଥାପନ କରୁଥିବା ସେବାୟତଙ୍କ ଆଖିରେ ପଟି ବାନ୍ଧି ଦିଆଯାଏ । ବ୍ରହ୍ମକୁ କେହି ଦେଖିନାହାନ୍ତି । କେବଳ ଅନୁଭବ କରିପାରନ୍ତି । ବ୍ରହ୍ମ ସ୍ୱରୂପ କ’ଣ ପଚାରିଲେ ଖୋଦ୍‌ ବ୍ରହ୍ମ ସ୍ଥାପନ କାର୍ଯ୍ୟରେ ନିୟୋଜିତ ସେବାୟତ ମଧ୍ୟ କିଛି କହିପାରନ୍ତିନି ।

Nabakalebar-Jagannath
Nabakalebar-Jagannath

ଶ୍ରୀମନ୍ଦିର ନିକଟରେ ଗଜପତି ମହାରାଜାଙ୍କ ନଅର । ସବୁ ବର୍ଷ ମହାରାଜାଙ୍କ ନଅର ସାମନାରେ ରଥ ତିଆରି କରାଯାଏ ।