ବିଶ୍ୱର ବୃହତ୍‌ ରନ୍ଧନ ଶାଳା: ଆନନ୍ଦ ବଜାର ମଜା

ଶ୍ରୀମନ୍ଦିର ଡାହାଣ ପାଖରେ ଆନନ୍ଦ ବଜାର । ମାଟି ହାଣ୍ଡିରେ ମହାପ୍ରସାଦ ମିଳିଥାଏ । ପ୍ରତି ପାଂଚ ପାହୁଣ୍ଡ ବ୍ୟବଧାନରେ ଧୋତି ପିନ୍ଧା ଲୋକମାନେ ଡାଲି, ଅନ୍ନ ବିକନ୍ତି । ଭକ୍ତମାନେ ମହାପ୍ରସାଦ କିଣି ସାଙ୍ଗରେ ହୋଟେଲକୁ ନେଇପାରିବେ । ଘରକୁ ନେଇପାରିବେ । ଆନନ୍ଦ ବଜାରରେ ବସି କରି ମଧ୍ୟ ମହାପ୍ରସାଦ ଖାଇବାର ସୁବିଧା ରହିଛି । ମାତ୍ର ୧୦୦ ଟଙ୍କାରେ ଜଣକୁ ମହାପ୍ରସାଦ ମିଳିଯାଏ । ମହାପ୍ରସାଦ କହିଲେ ଡାଲି, ଅନ୍ନ, ତରକାରୀ ଓ ଖିରି । ଗୋଟିଏ ଭରା ହାଣ୍ଡିର ମୂଲ୍ୟ ପ୍ରାୟ ୩୦୦ ଟଙ୍କା ।

ଶ୍ରୀମନ୍ଦିରରେ ୫୬ ପ୍ରକାର ପ୍ରସାଦ ତିଆରି କରାଯାଏ । ତା’ ଭିତରେ ରହିଛି ନଡ଼ିଆ ଲଡୁ, ଦହିଭାତ, ଭଳିକି ଭଳି ପିଠା, ମାଲପୁଆ, ଡାଲି-ଭାତ, ଭଳିକି ଭଳି ତରକାରୀ, ଖିରି, ଖେଚେଡ଼ି ଇତ୍ୟାଦି । ପ୍ରସାଦ ତିଆରି କରିବା ପାଇଁ କୂଅ ପାଣି ବ୍ୟବହାର କରାଯାଏ । କୁହାଯାଏ ସୁନାରେ ତିଆରି ଗରାରେ କୂଅରୁ ପାଣି କଢ଼ାଯାଏ ।

ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ମହାପ୍ରସାଦ ତିଆରି କରିବା ପାଇଁ ୭୪୨ଟି ଚୁଲା ଦରକାର ପଡ଼ିଥାଏ । ପ୍ରତ୍ୟେକ ଚୁଲା ଉପରେ ଥାକ ଆକାରରେ ଆଠୋଟି ହାଣ୍ଡିି ରଖାଯାଏ । ସର୍ବ ପ୍ରଥମେ ଉପର ହାଣ୍ଡିର ପ୍ରସାଦ ପ୍ରସ୍ତୁତ ହୋଇଯାଏ । ତେଣୁ ଉପର ଆଡୁ ଗୋଟିଏ ଗୋଟିଏ କରି ହାଣ୍ଡି ବାହାର କରାଯାଏ ।
ମହାପ୍ରସାଦ ତିଆରି କାମରେ ୧୫୦୦ ସେବାୟତଙ୍କୁ ଖଞ୍ଜା ଯାଇଛି । ଶ୍ରୀମନ୍ଦିର ରନ୍ଧନ ଶାଳାକୁ ପୃଥିବୀର ବୃହତ୍‌ ରନ୍ଧନ ଶାଳା ରୂପେ ଗଣାଯାଏ ।