ପୁରୁଷୋତ୍ତମପୁର ର ଗଡ଼ସାହି ରେ ୫୧ତମ ଗୀତା ଜୟନ୍ତୀ ଓ ହନୁମତ ଯଜ୍ଞ ଅନୁଷ୍ଠିତ ।

ସ୍ଥାନୀୟ ଗଡସାହି ସ୍ଥିତ ରଘୁନାଥ ମନ୍ଦିର …

ପୁରୁଷୋତ୍ତମପୁର: ସ୍ଥାନୀୟ ଗଡସାହି ସ୍ଥିତ ରଘୁନାଥ ମନ୍ଦିର ପରିସରରେ ଅବସ୍ଥିତ ହନୁମାନ ମନ୍ଦିରରେ ୫୧ତମ ଗୀତା ଜୟନ୍ତୀ ଓ ହନୁମତ ଯଜ୍ଞ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯଜ୍ଞରେ ୧୧୬୬୪ ବୀଜ ମନ୍ତ୍ରରେ ଆହୁତି,ଗୀତାପାଠ, ପୂଜା,୧୦୮ଜଳଯାତ୍ରା ଓ ବ୍ରତ କଥା ଶ୍ରବଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସକାଳୁ ଦୂରଦୂରାନ୍ତରୁ ବହୁ ମହିଳା ଓ ପୁରୁଷ ଭକ୍ତ ମାନେ ଆସି ଏହି ଗୀତାଜାୟନ୍ତୀ ରେ ସାମିଲ ହୋଇ ଏକତ୍ରିତ ହେଲା ପରେ ଭକ୍ତ ମାନଙ୍କ ଦ୍ୱାରା ଘଣ୍ଟ ମୁର୍ଦଙ୍ଗ ଓ ଗିନି ପ୍ରଭୁତି ବଜାଇ ଏକ ବିରାଟ ପତୁଆରରେ ଋଷିକୁଲ୍ୟା ନଦୀ ରେ ପହଞ୍ଚି ସେଠାରେ ପୂଜାପାଠ କରି ପବିତ୍ର ଋଷିକୂଲ୍ୟା ନଦୀରୁ ୧୦୮ କଳସରେ ପବିତ୍ର ଜଳ ଉଠାଇ ମନ୍ଦିର ପରିକ୍ରମା କରି ଏଠାରେ ପୂଜା ପର୍ବ ଆରମ୍ଭ କରାଯାଇ ଦିବା ୧୧.୦୦ ଘଟିକା ସମୟରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା ଦିନସାରା ହୋମେ ଯଂଜ୍ଞ ଏବଂ ବ୍ରତକଥା ଶ୍ରବଣ ପରେ ସନ୍ଧ୍ୟା ସମୟରେ ଭକ୍ତମାନେ ବ୍ରତ ଧାରଣା କରିଲା ପରେ ପୁଣି ୧୦୮ କୁମ୍ଭ ରୁଷିକୂଲ୍ୟା ନଦୀରେ ବିସର୍ଜନ କରିଥିଲେ ଏହା ପରେ ସମସ୍ତ ଭକ୍ତ ଏବଂ ହନୁମାନ ବ୍ରତଧାରି ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥିଲେ।

ସୂଚନାଯୋଗ୍ୟ ଯେ ଏହି ହନୁମାନଙ୍କ ମୂର୍ତ୍ତି ପ୍ରଥମେ ୧୯୭୬ ମସିହାରେ ଅଯୋଧ୍ୟାରୁ ଜଣେ ସାଧୁ ଆସି ସ୍ବର୍ଗତ ସୁବାଷ ଚନ୍ଦ୍ର ଗୌଡ଼ଙ୍କୁ ଏକ ହନୁମାନ ମୂର୍ତ୍ତି ଦେଇ ପୂଜା କରିବାକୁ ଉପଦେଶ ଦେଇଥିଲେ ଏବଂ ୧୦୮ ଦିନ ଗୃହତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଫଳରେ ଗୌରୀ ତ୍ରିପାଠୀଙ୍କ ସହିତ ସୁବାଷ ଚନ୍ଦ୍ର ଗୌଡ଼ ୧୦୮ଦିନ ଅଜ୍ଞାତ ବାସ ରେ ଯାଇଥିଲେ । ୧୦୮ ଦିନ ଅଜ୍ଞାତ ବାସ ପରେ ଚାଙ୍ଗୁଡ଼ିଆ ପଦର ସାହିର ସ୍ବର୍ଗତ ସୁବାଷ ଚନ୍ଦ୍ର ଗୌଡ଼ ନିଜ ଘରେ ମନ୍ଦିର କରି ହନୁମାନ ମୂର୍ତ୍ତି ସ୍ଥାପନା କରି ପ୍ରାଣ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଗୀତା ଜୟନ୍ତୀ ଦିନ ହନୁମତ ବ୍ରତ ଆରମ୍ଭ କରାଯାଇଥିଲା। ପ୍ରଥମେ ୧୩ ଜଣଙ୍କୁ ନେଇ ବ୍ରତ ଆରମ୍ଭ କରାଯାଇଥିଲା ସେମାନେ ହେଲେ ସୁବାଷ ଚନ୍ଦ୍ର ଗୌଡ଼,ସୁବାଷ ଚନ୍ଦ୍ର ଦାଶ, ରଘୁନାଥ ଦୋରା,ନବଘନ ପଣ୍ଡା ,ଉଦୟନାଥ ଦାଶ , ସୌଦାମିନୀ ଦାଶ,ଘନଶ୍ୟାମ ଦାଶ ମୋଚ।