ଆଜି ପବିତ୍ର ଜନ୍ମାଷ୍ଟମୀ; ଶ୍ରୀମନ୍ଦିର, ଇସ୍କନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

(ସାକ୍‌ସୀ ନ୍ୟୁଜ୍‌): ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ। ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ। ଏହି ଅବସରରେ ଶ୍ରୀମନ୍ଦିର, ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା ମନ୍ଦିର, ଭୁବନେଶ୍ୱରର ଇସ୍କନ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ମଙ୍ଗଳ ଆଳତି ସହ ପୂଜାର୍ଚ୍ଚନା ହେଉଛି।  ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହ ସନ୍ଧ୍ୟାରେ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭୁବନେଶ୍ୱରର ଇସ୍କନ ମନ୍ଦିରରେ ପ୍ରଭୁଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଇଁ ଜୋରସୋର ପ୍ରସ୍ତୁତି କରାଯାଇଛି। ମନ୍ଦିରକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଶେଷ ବ୍ୟବସ୍ଥା କରାଯାଇଛି ।