Way To Respect Subhadra: ଶ୍ରୀମନ୍ଦିରରେ କାର୍ତ୍ତିକ ପଞ୍ଚୁକ: ସୁଭଦ୍ରାଙ୍କୁ ତଳେ ଗଡ଼ାଇ କନ୍ଦାଇଲେ ମହାପ୍ରଭୁ
Way To Respect Subhadra: ଶ୍ରୀମନ୍ଦିରରେ କାର୍ତ୍ତିକ ପଞ୍ଚୁକ: ସୁଭଦ୍ରାଙ୍କୁ ତଳେ ଗଡ଼ାଇ କନ୍ଦାଇଲେ ମହାପ୍ରଭୁ
ମହାପ୍ରଭୁ ଜଗନ୍ନାଥଙ୍କୁ ମନାଇବା ପାଇଁ ଯେତେ ଚେଷ୍ଟା କରୁଛନ୍ତି ମୋହନ ସରକାର । ସବୁ ଭଂଡୁର ହୋଇଯାଉଛି ।
ପୁରୀ ରଥଯାତ୍ରାକୁ ବିବାଦମୁକ୍ତ କରିବାକୁ ଯାଇ ହିନସ୍ତା ଭୋଗିଲେ ମୋହନ ସରକାର । ବଡ଼ଠାକୁର ରଥ ଉପରେ ଦି’ ଗଡ଼ା ଦେଇ ସେବାୟତଙ୍କୁ ମାଡ଼ି ବସିଲେ ।
ଗୁଣ୍ଡିଚା ମନ୍ଦିର ସାମ୍ନାରେ ଭକ୍ତଙ୍କ ଦଳାଚକଟା ଘଟଣାରେ ମୋହନ ସରକାରଙ୍କୁ ବେଜିତ କଲେ ମହାବାହୁ ।
ରବିବାର ଦିନ ମହାକାର୍ତ୍ତିକ ପଞ୍ଚକ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କୁ ଭାରି କଷ୍ଟ ଦେଇଛି ।
ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇ କଷ୍ଟ ପାଇବା ମହାଭାଗ୍ୟର କଥା ।
କିନ୍ତୁ କୋମଳ ନରମ ଶେଯରେ ଅଳସ ଭାଙ୍ଗୁଥିବା ଲୋକଙ୍କ ପକ୍ଷେ ଘଂଟା ଘଂଟା ଧରି ଲମ୍ବାଧାଡ଼ିରେ ଠିଆ ହୋଇ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିବାକୁ ଯାଇ ଠେଲାପେଲା ଖାଇବା, ତଳେ ପଡ଼ି ଖଣ୍ଡିଆ ଖାବରା ହେବା ଆଦୌ ମାମୁଲି ଘଟଣା ନୁହେଁ ।
ମହାପ୍ରଭୁଙ୍କ ବିଳମ୍ବିତ ନୀତିକାନ୍ତି ବ୍ୟବସ୍ଥା କାରଣରୁ ଭକ୍ତଙ୍କୁ ପ୍ରାୟ ୫ ଘଂଟା ଧରି ଧାଡ଼ିରେ ଠିଆ ହେବା ସହଜ କଥା ନୁହେଁ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ଅବ୍ୟବସ୍ଥା ଆଦୌ କ୍ଷମଣୀୟ ନୁହେଁ । ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।
ତଥାପି ଭକ୍ତଙ୍କ ଠେଲାପେଲାରେ ବ୍ୟାରିକେଡ୍ ଭାଙ୍ଗିବା ଓ ମହିଳା ଭକ୍ତମାନେ ପଡ଼ିଯାଇ କଷ୍ଟ ପାଇବା ଅସହନୀୟ ।
ରବିବାର ଥିବାରୁ ଭିଡ଼ ଟିକେ ଅଧିକା ଥିଲା । ମାତ୍ର ତାକୁ ଦକ୍ଷତାର ସହିତ ପରିଚାଳନା କରିପାରିଲାନି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ବେଢ଼ା ଭିତରେ ଭକ୍ତଙ୍କୁ ଠେଲାପେଲା ।
ଦୁଇ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ପୁରୀ ଜିଲ୍ଲା ପ୍ରଶାସନ କହିଛି ।