ହକି ତାରକାଙ୍କ ଉଦାରତା: ତଂବୁ ତଳେ ରହୁଥିବା ପରିବାରକୁ ‘ସାହା’
ହକି ତାରକା ହାର୍ଦ୍ଦିକ ସିଂ ଗୋଟିଏ ଚାରିଜଣିଆ ବନ୍ୟା ବିପନ୍ନ ପରିବାରକୁ ‘ସାହା’ ହୋଇଛନ୍ତି ।
ତଂବୁ ତଳେ ମୁଣ୍ଡ ଗୁଞ୍ଜିଥିବା ବିପନ୍ନ ପରିବାରଟିର ଥଇଥାନ ଓ ଭରଣ ପୋଷଣ ଦାୟିତ୍ୱ ଏବେ ହାର୍ଦ୍ଦିକ ସିଂ ମୁଣ୍ଡାଇଛନ୍ତି । ଏସିଆ କପ୍ ୨୦୨୫ ପାଇଁ ମନୋନୀତ ହକି ଟିମର ଉପ-ଅଧିନାୟକ ହାର୍ଦ୍ଦିକ ।
ହକି ଏସିଆ କପ୍ ଖେଳି ପାରିଶ୍ରମିକ ବାବଦକୁ ଯାହା ପାଇବେ, ତାକୁ ପଞ୍ଜାବ ବନ୍ୟା ବିପନ୍ନଙ୍କୁ ଦାନ କରିବେ ହାର୍ଦ୍ଦିକ ।
ପଞ୍ଜାବର ଜଳନ୍ଧର ନିବାସୀ ହାର୍ଦ୍ଦିକ ବିହାରରେ ହକି ଟୁର୍ଣ୍ଣାମେଂଟ ଖେଳି ସାରିବା ପରେ ସିଧା ଯାଇ ପହଂଚିଥିଲେ ବନ୍ୟା ବିପନ୍ନଙ୍କ ନିକଟରେ ।
ଆଖିରେ ପଡ଼ିଗଲା ଗୁରଶନ ସିଂ, ତାଙ୍କ ମା’ ଓ ଦୁଇଟି ପିଲାଙ୍କ ଉପରେ । ଭୟଙ୍କର ବନ୍ୟାରେ ଗୁରଶନଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ପ୍ରଶାସନ ଦେଇଥିବା ତଂବୁ ତଳେ ମୁଣ୍ଡ ଗୁଞ୍ଜିବା ଛଡ଼ା ଗୁରଶନଙ୍କ ନିକଟରେ ଆଉ କିଛି ବାଟ ନାହିଁ ।
୨୬ ବର୍ଷୀୟ ହାର୍ଦ୍ଦିକ ଏବେ ଗୁରଶନଙ୍କ ପରିବାରକୁ ସାହା ହୋଇଚନ୍ତି । ଗୁରଶନଙ୍କ ଘର ତିଆରି ଠାରୁ ଆରମ୍ଭ କରି ପିଲା ଦୁଇ ଜଣଙ୍କର ପାଠପଢ଼ା, ଖାଇବା ପିଇବା, ପୋଷାକ ପରିଚ୍ଛଦ ସମେତ ସବୁ ଖର୍ଚ୍ଚ ହାର୍ଦ୍ଦିକ ତୁଲାଇବେ ।