ଟି-୨୦ ବିଶ୍ୱକପ ବିଜୟ ପରେ ନିଆରା ସେଲିବ୍ରେସନ କଲେ କଙ୍ଗାରୁ ଦଳ

ଦୁବାଇ: ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ରେକର୍ଡ କରିଛି ଦଳ । ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ୱିକେଟ୍‌ ବିଜୟ କରିବା ପରେ ଅଷ୍ଟ୍ରେଲିୟ ଖେଳାଳି ନିଆରା ସେଲିବ୍ରେସନ ପାଳନ କରିଥିଲେ । ଖେଳାଳିମାନେ ଉତ୍ସବରେ ଜୋତାରେ ମଦ ପିଇଥିଲେ ।

ଏହାର ଏକ ଭିଡିଓ ଆଇସିସି ଏହାର ଅଫିସିଆଲ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛି । ଏହି ଭିଡିଓରେ, ମାଥ୍ୟୁ ୱେଡ୍‌ ତାଙ୍କ ଜୋତାରେ ଟେକିବା ସହ ସେଥିରେ ମଦ ଢାଳି ପିଇଥିଲେ । ଏହାପରେ ମାର୍କସ୍‌ ଷ୍ଟୋଇନିସ୍‌ ତାଙ୍କଠାରୁ ଜୋତା ନେଇ ସେଥିରେ ମଦ ଢାଳି ପିଇଥିଲେ ।