ବିଧାନସଭାକୁ ଧସେଇ ପଶିବାକୁ କନିଷ୍ଠ ଶିକ୍ଷକଙ୍କ ଉଦ୍ୟମ

ଭୁବନେଶ୍ୱର: ବିଧାନସଭାକୁ ଧସେଇ ପଶିବାକୁ କନିଷ୍ଠ ଶିକ୍ଷକଙ୍କ ଉଦ୍ୟମ । ୩ନମ୍ବର ଗେଟ ଦେଇ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ଅଟକାଇଛି ପୋଲିସ । ବିଭିନ୍ନ ଦାବି ନେଇ କନିଷ୍ଠ ଶିକ୍ଷକ ସଂଘ ଲୋୟର ପିଏମଜିରେ ୧୫ଦିନ ହେଲା ଧାରଣାରେ ବସିଥିଲେ । ଦାବି ପୂରଣ ନହେବାରୁ ଧାରଣାରୁ ଉଠି ହଠାତ କିଛି ଆନ୍ଦୋଳନକାରୀ ବିଧାନସଭା ଆଡକୁ ମାଡି ଯାଇଥିଲେ । ବିଧାନସଭାର ଗେଟ ଠେଲି ଭିତରକୁ ପଶିବାକୁ ଉଦ୍ୟମ କାରିଥିଲେ । ଏହି ଘଟଣାରୁ ୧୦ରୁ ୧୨ଜଣଙ୍କୁ ଅଟକ ରଖିଛି ପୋଲିସ ।