ବିଜେଡିରେ ମିଶିଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ

ଭୁବନେଶ୍ୱର: ପୁଣି କଂଗ୍ରେସକୁ ଝଟକା । ବିଜେଡିରେ ସାମିଲ ହେଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ । ନିଜ ସମର୍ଥକଙ୍କ ସହ ବିଜେଡିର ମିଶିଲେ ପ୍ରଦୀପ ସାହୁ ।୨୦୧୯ରେ କଂଗ୍ରେସ ପ୍ରାର୍ଥୀ ୫୪ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ମିଶ୍ରଣ ପର୍ବରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି ।