ଇଂଲଣ୍ଡ ମହିଳା କ୍ରିକେଟରଙ୍କ ସହ ନଜର ଆସିଲେ ଅର୍ଜୁନ ତେନ୍ଦୁଲକର

ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଟିମ ଟେଷ୍ଟ, ଟି-୨୦ ଓ ଦିନିକିଆ….

ମୁମ୍ବାଇ : ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଟିମ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କିଛି ଦିନ ପୂର୍ବରୁ ଇଂଲଣ୍ଡରେ ପହଁଚିଥିଲେ ।

ଏହାମଧ୍ୟରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଚର୍ଚ୍ଚାରେ ରହିଛି । କାରଣ ଅର୍ଜୁନ ଇଂଲଣ୍ଡ ମହିଳା ଟିମ କ୍ରିକେଟର ଡାନିଏଲ ୱାଟଙ୍କ ସହ ନଜର ଆସିଛନ୍ତି । ୱାଟ ନିଜ ଇନଷ୍ଟାଗ୍ରାମ୍‌ ପେଜରେ ଅର୍ଜୁନଙ୍କ ଫଟୋ ସେୟାର କରିଛନ୍ତି । ଇଂଲଣ୍ଡର ସୋହେ ରେଷ୍ଟୁରାଣ୍ଟରେ ଉଭୟ ଅର୍ଜୁନ ଏବଂ ୱାଟ ଲଞ୍ଚ କରିଥିବା ନଜର ଆସିଛି । କୁହାଯାଏ ଯେ, ଅର୍ଜୁନ ଓ ୱାଟ ଭଲ ବନ୍ଧୁ ଅଟନ୍ତି । ଅର୍ଜୁନ ଯେତେବେଳେ ଇଂଲଣ୍ଡ ଗସ୍ତ କରନ୍ତି ୱାଟଙ୍କୁ ଭେଟିଥାନ୍ତି ।