Asia Cup 2023: ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଚଳିତ ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟ ବୁଧବାର ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ସହଜରେ ବିଜୟୀ ହୋଇଛି ଆୟୋଜକ ପାକିସ୍ତାନ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶକୁ ୭ ୱିକେଟରେ ପାକିସ୍ତାନ ପରାସ୍ତ କରିଛି।

ବାଂଲାଦେଶ ଦ୍ବାରା ରଖାଯାଇଥିବା ୧୯୪ ରନର ଲକ୍ଷ୍ୟକୁ ପାକିସ୍ତାନ ୩୯.୩ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଇନାମୁଲ ହକ୍ ସର୍ବାଧିକ ୭୮ ରନ କରିଥିବାବେଳେ ମହମ୍ମଦ ରିଜଓ୍ବାନ ଅପରାଜିତ ୬୩ରନ କରିଥିଲେ । ତେବେ ଏହି ମ୍ୟାଚରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା ।