ଏସିଆ କପ୍ ୨୦୨୫: ଦେଖନ୍ତୁ ଟିମ୍ ଇଣ୍ଡିଆରେ ଆପଣଙ୍କ ପସନ୍ଦର କ୍ରିକେଟର

ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆର ମନୋନୟନ ପ୍ରକ୍ରିୟା ସରିଛି । ଗତବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ସନ୍ନ୍ୟାସ ଘୋଷଣା କରିଥିବାରୁ ଚୟନ ମଣ୍ଡଳୀକୁ ବେଶ ସତର୍କତାର ସହିତ କ୍ରିକେଟରଙ୍କୁ ବାଛିବାକୁ ପଡ଼ିଛି । ଟିମ୍ ଇଣ୍ଡିଆକୁ ଶୁଭମନ ଗିଲ, ଶ୍ରେୟସ ଆୟାର, ଯଶସ୍ୱୀ ଜୟସ୍ୱାଲ ଫେରିପାରନ୍ତି । କ୍ରିକେଟର ରିଙ୍କୁ ସିଂ ବାଦ୍ ପଡ଼ିପାରନ୍ତି । ଟିମ୍‌ରେ ଅଭିଷେକ ଶର୍ମା, ସଂଜୁ ସାମସନ୍ ଓ ତିଲକ ବର୍ମା ଖେଳିବା ସୁନିଶ୍ଚିତ ।

ଏକ ଭିତିରିଆ ରିପୋର୍ଟ ଅନୁସାରେ ୱାଶିଂଟନ ସୁନ୍ଦର ଓ ଶ୍ରେୟସ୍ ଆୟାରଙ୍କ ଭିତରୁ କାହାକୁ ଦଳରେ ସାମିଲ କରାଯିବ, ତାହା ଚୂଡ଼ାନ୍ତ ହୋଇପାରୁନି । ଅଜିତ ଅଗରକରଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଅଲରାଉଣ୍ଡରଙ୍କ ଉପରେ ଗୁରୁତ୍ୱାରୋପ କରିଛି ।

ପ୍ରାରମ୍ଭିକ ସୂଚନାମତେ ଟିମ୍ ଇଣ୍ଡିଆ: ଅଭିଷେକ ଶର୍ମା, ସଂଜୁ ସାମସନ୍‌, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ହାଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ୱାଶିଂଟନ ସୁନ୍ଦର/ଶ୍ରେୟସ୍ ଆୟାର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରାହ, ଯଶସ୍ୱୀ ଜୟସ୍ୱାଲ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତୀ ଓ ହର୍ଷିତ ରାଣା ।