ଟି-୨୦ ସିରିଜ ଲାଗି ଭାରତ ଗସ୍ତ କରିବ ଅଷ୍ଟ୍ରେଲିଆ

ଆସନ୍ତା ସେପ୍ଟେମ୍ବରରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ….

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଭାରତ ଗସ୍ତ କରିବ । ପରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଲେଖାଏଁ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ । ସେହିପରି ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ପାଇଁ ଏହି ଗସ୍ତ ଭାରତର ପ୍ରସ୍ତୁତିରେ ସହାୟକ ହେବ । ସେହିପରି ଆସନ୍ତା ବର୍ଷ ଫେବୃଆରୀ ଓ ମାର୍ଚ୍ଚରେ ମଧ୍ୟ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିରେ ୪ଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ପିଣିଥରେ ଭାରତ ଗସ୍ତରେ ଆସିବ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଘରୋଇ ମାଟିରେ ଜୁନ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ସାଉଥ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ।

ଏହାପରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବା ସକାଶେ ଦଳ ଆୟର୍ଲାଣ୍ଡ ଗସ୍ତ କରିବ । ସେହିପରି ଏହି ସିରିଜ ପରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ଗତବର୍ଷ କୋଭିଡ୍‌ ସଂକ୍ରମଣ କାରଣରୁ ସ୍ଥଗିତ ରହିଥିôବା ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଖେଳିବ ବୋଲି କାର୍ଯ୍ୟସୂଚୀ ରହିଥିବା ଜଣାପଡିଛି ।