ରଦ୍ଦ ହେଲା ରାସନ ସାମଗ୍ରୀ ହୋମ ଡେଲିଭରି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା । ଦିଲ୍ଲୀ ସରକାରଙ୍କ ଯୋଜନା ଘରେ ଘରେ ରାସନ ପହଞ୍ଚାଇବା ଯୋଜନାକୁ ରଦ୍ଦ କରିଛନ୍ତି କୋର୍ଟ । ଏନେଇ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିପିନ ସାଂଘି ଏବଂ ବିଚାରପତି ଜସମିନ ସିଂହ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଦିଲ୍ଲୀ ସରକାରୀ ରାସନ ଡିଲର୍ସ ଏବଂ ଦିଲ୍ଲୀ ରାସନ ଡିସର୍ଲ ୟୁନିୟନ ସରକାରଙ୍କ ଏହି ଯୋଜନାକୁ ବିରୋଧ କରିବା ସହିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ଦିଲ୍ଲୀ ଏଲଜି ଅନିଲ ବୈଜଲ ଆପ ସରକାରଙ୍କ ଘର ଘର ରାସନ ଯୋଜନା ଉପରେ ରୋକ ଲଗାଇ ଦେଇଥିଲେ । ।ଏହି ଯୋଜନାରେ କେଜରିୱାଲ୍‌ ସରକାର ରାସନ ସାମଗ୍ରୀ ହୋମ ଡେଲିଭରି କରିବା ନେଇ ଘୋଷଣା କରିଥିଲେ ।