ଦିନକୁ ଦିନ ଗମ୍ଭୀର ହେଉଛି ଶ୍ରୀଲଙ୍କା ଅର୍ଥନୀତି

ଦିନକୁ ଦିନ ଦୟନୀୟ ସ୍ଥିତି ହେଉଛି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି । ସେଠାରେ ଲୋକଙ୍କୁ…

ନୂଆଦିଲ୍ଲୀ : ଦିନକୁ ଦିନ ଦୟନୀୟ ସ୍ଥିତି ହେଉଛି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି । ସେଠାରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ରୋଷେଇ ଗ୍ୟାସ । ଶ୍ରୀଲଙ୍କାରେ ଲୋକେ ଗ୍ୟାସ ନେବାକୁ ଲମ୍ୱା ଲାଇନ କରିଛନ୍ତି । କାରଣ ଶ୍ରୀଲଙ୍କା ପାଖରେ ଜାହଜରେ ଇନ୍ଧନ ଭରିବା ପାଇଁ ଡଲାର ନାହିଁ । ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ବିଶ୍ୱ ବ୍ୟାଙ୍କ ୧୬ କୋଟି ଡଲାର ଆର୍ଥୀକ ସହାୟତା ପଠାଇଛି । ଅନ୍ୟପକ୍ଷରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଙ୍ଗେ କହିଛନ୍ତି ଯେ ଅର୍ଥନୈତିକ ସଙ୍କଟ କାରଣରୁ ଦେଶରେ ଇନ୍ଧନ ଓ ଗ୍ୟାସର ଅଭାବକୁ ଦୃଷ୍ଟିରେ ରଖି ଇନ୍ଧନ କିଣିବା ପାଇଁ ଏହି ଆର୍ଥିତ ସହାୟତା କରାଯାଇଛି । ସୂଚନାଯୋଗ୍ୟ ଯେ, ୧୯୪୮ରେ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।