କଂଗ୍ରେସ ନେତା ସୁନୀଲ ଜାଖର ବିଜେପିରେ ଯୋଗଦେଲେ

କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁନୀଲ ଜାଖର ବର୍ତ୍ତମାନ ବିଜେପିରେ….

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁନୀଲ ଜାଖର ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସୁନୀଲ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପାର୍ଟିରେ ସାମିଲ ହେବା ପରେ ଜାଖର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଅଧ୍ୟକ୍ଷ ନଡ୍ଡାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ଜାଖର କହିଛନ୍ତି ଯେ, ପରିବାର ସହ ୫୦ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ଏଠାକୁ ଆସିଛି କାହିଁକିନା ମୋ ନାଁରେ ମିଥ୍ୟା ଆରୋପ ଲଗାଯାଇଛି । ଜାତି-ଧର୍ମ ନାଁରେ ପଞ୍ଜାବକୁ ଭାଙ୍ଗିବାକୁ ମୁଁ ବିରୋଧ କରିବାରୁ ମୋତେ କାଠଗଡାରେ ଛିଡା ହେବାକୁ ପଡିଲା ।