ସିଦ୍ଧୁଙ୍କୁ ବର୍ଷେ ଜେଲ୍‌

କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଗାଡି ପାର୍କିଂ ମାମଲାରେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଗାଡି ପାର୍କିଂ ମାମଲାରେ ସୁପ୍ରିମକୋର୍ଟ ବର୍ଷକ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ବେଞ୍ଚ ଏହି ଫଇସଲା ନେଇଛନ୍ତି । ସୂଚନାଯୋଗ୍ୟ ଯେ, ପଟିୟାଲାରେ ପାର୍କିଂକୁ ନେଇ ବଚସା ହେବାରୁ ଜଣେ ୬୫ ବର୍ଷୀୟ ବୃଦ୍ଧ ଗୁରନାମ ସିଂହଙ୍କ ମୁଣ୍ଡକୁ ନବଜୋତ ସିଂହ ସିଦ୍ଧୁ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା । ଯାହା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।