ବନ୍ୟା ବିତ୍ପତ୍ତିରେ ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ସମେତ ପୂରା ପୂର୍ବୋତ୍ତର ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ବିଗିଡିବାରେ…

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସମେତ ପୂରା ପୂର୍ବୋତ୍ତର ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ବିଗିଡିବାରେ ଲାଗିଛି । ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭିନ୍ନ ଭିନ୍ନ ସ୍ଥନାରେ ଭୂସ୍ଖଳନ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଲୋହିତ ଜିଲ୍ଲାରେ ତେଜୁ ଅଞ୍ଚଳରେ ବନ୍ୟା ଆସିଛି । ସୂଚନାଯୋଗ୍ୟ ଯେ, ପୂର୍ବୋତ୍ତର ରାଜ୍ୟରେ କ୍ରମାଗତ ଭାବେ ଲଗାଣ ବର୍ଷା ଜାରି ରହିଛି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ଷା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସୂଚନା ଦେଇଛନ୍ତି ।