ବଲ୍‌ ଟାମ୍ପରିଂ: ବାସନ୍ଦ ହେଲେ ପାକିସ୍ତାନର କ୍ରିକେଟର୍‌ ଫଖର ଜମାନ

ମ୍ୟାଚ୍‌ ବେଳେ ବଲକୁ ବିକୃତ ବା ଟାମ୍ପରିଂ ….

ମ୍ୟାଚ୍‌ ବେଳେ ବଲକୁ ବିକୃତ ବା ଟାମ୍ପରିଂ କରିବା ପାକିସ୍ତାନ କ୍ରିକେଟର୍‌ ଫଖର ଜମାନଙ୍କୁ ମହଙ୍ଗା ପଡ଼ିଛି। ରବିବାର ପାକିସ୍ତାନ ସୁପର ଲିଗ(PSL)ରେ ଲାହୋର କଲନ୍ଦର୍ସ ପକ୍ଷରୁ ଖେଳୁଥିବା ଫଖର କରାଚି କିଙ୍ଗସ ବିପକ୍ଷ ମ୍ୟାଚରେ ବଲ ବିକୃତ ଭଳି ଜଘନ୍ୟକାଣ୍ଡ ଘଟାଇଥିଲେ।

ବଲ ଟାମ୍ପରିଂ ଯୋଗୁ ମ୍ୟାଚ୍‌ ରେଫରୀ ରୋଶନ ମହାନାମା ପିଏସଏଲ ଆଚରଣ ବିଧିର ୨.୧୪ ଅଧୀନରେ ଥିବା ଲେଭଲ ୩ ଅପରାଧ ଚାର୍ଜ ଫଖରଙ୍କ ବିରୋଧରେ ଲଗାଇଥିଲେ। ସେ ପିଏସଏଲ ପ୍ଲେଇଂ କଣ୍ଡିସନର ଧାରା ୪୧.୩କୁ ଉଲ୍ଲଙ୍ଘନ କରିଥିଲେ। ଅନ ଫିଲ୍ଡ ଅମ୍ପାୟାର ଶାହିଦ ସୈକତ ଓ ଫୈଜଲ ଖାନ ଆଫ୍ରିଦି, ଟିଭି ଅମ୍ପାୟାର ଆସିଫ ଓ ୪ର୍ଥ ଅମ୍ପାୟାର ତାରିକ ରଶିଦ ମିଳିତ ଭାବେ ଫଖରଙ୍କ ବିରୋଧରେ ବଲ ଟାମ୍ପରିଂ ଚାର୍ଜ ଆଣିଥିଲେ।

ହେଲେ ଏହି ମାମଲାର ଶୁଣାଣି ବେଳେ ଫଖର କୌଣସି ଚାର୍ଜକୁ ଗ୍ରହଣ କରି ନଥିଲେ। ଫଖର ଅଭିଯୋଗକୁ ଗ୍ରହଣ ନ କରିବାରୁ ମ୍ୟାଚ୍‌ ରେଫରୀ ୪୮ ଘଣ୍ଟାରେ ରାୟ ଶୁଣାଇବେ ବୋଲି ନିଷ୍ପତ୍ତି ନେଇଥିଲେ।