ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ୍ ଟିମ୍

ଚଳିତ ଥର ବିଶ୍ୱକପ୍ ହକି ଓଡିଶାରେ …..

ଭୁବନେଶ୍ୱର: ଚଳିତ ଥର ବିଶ୍ୱକପ୍ ହକି ଓଡିଶାରେ ହେବାକୁ ଯାଉଛି । ଫଳରେ ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ବେଲିଜମ୍ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ତୃତୀୟ ବିଦେଶୀ ଦଳ ଭାବରେ ଏହି ଦଳ ଆଜି ଓଡିଶାରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ତେବେ ବେଲଜିୟମ୍ ଟିମ୍ ୨୦୧୮ ମସିହାରେ ହୋଇତିବା ବିଶ୍ୱକପ୍ ହକିରେ ଚମ୍ପିୟନ ହୋଇଥିଲା ।