ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଜୋସ ବଟଲରଙ୍କୁ ଇଂଲଣ୍ଡ ସୀମିତ ଓଭର ଟିମର ନୂଆ ଅଧିନାୟକ ନିଯୁକ୍ତ କରିଛ । ଇଅନ ମୋର୍ଗାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଜୋସ ବଟଲର ଏବେ ଇଂଲଣ୍ଡର ଦିନିକିଆ ଏବଂ ଟି-୨୦ ଟିମର ଅଧିନାୟକ ହେବ । ୩୧ ବର୍ଷିୟ ବଟଲର ୯ଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ରେ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ଇଂଲଣ୍ଡର ସୀମିତ ଓଭରର ସବୁଠୁ ସଫଳ ଅଧିନାୟକ ଇଅନ ମୋର୍ଗାନ ଚଳିତ ସପ୍ତାହ ଆରମ୍ଭରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ସନ୍ୟାସ ଘୋଷଣା କରିଥିଲେ । ଇଂଲଣ୍ଡର ଧୂଆଁଧାର ବ୍ୟାଟ୍ସମ୍ୟାନ ଜୋସ ବଟଲର ୨୦୧୫ରୁ ଟିମର ଉପଅଧିନାୟକ ଅଛନ୍ତି ଏବଂ ୧୪ଟି ମ୍ୟାଚରେ ନେତୃତ୍ୱ ନେଇସାରିଛନ୍ତି । ୱିକେଟ କିପର ବ୍ୟାଟର ଇଂଲଣ୍ଡ ପାଇଁ ୧୫୧ଟି ଦିନିକିଆ ଖେଳିସାରିଛନ୍ତି । ସେ ୪୧.୨୦ ହାରରେ ୪୧୨୦ ରନ କରିଥିଲେ ।