ଶରଦ ପାୱାରଙ୍କୁ ଆୟକର ନୋଟିସ

ଅନେକ ବିଧାୟକଙ୍କୁ ଏଭଳି ନୋଟିସ ହୋଇଥିବା ଅଭିଯୋଗ ହୋଇଛି…

ମୁମ୍ବାଇ : ବିଜେପି ସହ ମିଶି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଶାସନ କ୍ଷମତା ଅକ୍ତିଆର କରିବାର ଗୋଟିଏ ଦିନ ପରେ ବିରୋଧୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟକା । ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ହୋଇଛି ଆୟକର ନୋଟିସ । ଲୋକସଭା ନିର୍ବାଚନ ତଥା ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଶରଦ ପାୱାର ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ସମ୍ପର୍କିତ ପାୱାରଙ୍କୁ ନୋଟିସ ହୋଇଛି । ଏଥିରେ ପ୍ରତିକ୍ରିୟା ରଖି ପାୱାର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସିର ଏବେ ବ୍ୟବହାର ହେଉଛି ଏବଂ ଏହାର ଫଳାଫଳ ସ୍ପଷ୍ଟ ପରିପ୍ରକାଶ ହେଉଥିବା ସେ ଅଭିଯୋଗ କରିଛନ୍ତି । ଅନେକ ବିଧାୟକଙ୍କୁ ଏଭଳି ନୋଟିସ ହୋଇଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ ଏବେ ଏକ ନୂଆ ଧାରା ଆରମ୍ଭ ହୋଇଛି ।