ଟିମ ଇଣ୍ଡିଆକୁ ଫେରିବେ ଚହର!

ଆସନ୍ତା ଜିମ୍ବାୱେ ଗସ୍ତରୁ ପୁଣି ଟିମ ଇଣ୍ଡିଆ ସହ ଯୋଡି ହେବାକୁ ଯାଉଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ଚହର…..

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ଜଣେ ସୁପରଷ୍ଟାର ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି । ଦୀର୍ଘ ୬ ମାସ ଦଳରୁ ଦୂରେଇ ରହିବା ପରେ ଏବେ ପ୍ରତ୍ୟାବର୍ତ୍ତନ କରିବେ । ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଦୀପକ ଚହର ସୁସ୍ଥ ହୋଇ ଦଳକୁ କମବ୍ୟାକ କରୁଛନ୍ତି । ପୁଣିଥରେ ଉଭୟ ବଲ ଏବଂ ବ୍ୟାଟରେ ସେ ନିଜ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଆସନ୍ତା ଜିମ୍ବାୱେ ଗସ୍ତରୁ ପୁଣି ଟିମ ଇଣ୍ଡିଆ ସହ ଯୋଡି ହେବାକୁ ଯାଉଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ଚହର ।

ଆହତ ସମସ୍ୟାରୁ ମୁକୁଳିବା ପରେ ଏବେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ହୋଇସାରିଛନ୍ତି ଦୀପକ ଚହର । ତେବେ ପ୍ରଥମେ ଗୋଡ ଏବଂ ପରେ ପିଠିରେ ଆଘାତ ପାଇ ଗତ ୬ ମାସରୁ ଟିମରୁ ଦୂରେଇ ରହିଥିଲେ ଦୀପକ । ସୂଚନା ଅନୁସାରେ, ଚଳିତବର୍ଷ ଫେବୃୟାରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ଆହତ ହୋଇଥିଲେ ଚହର ।