ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା
ଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ପାଇଁ ଦଳ…
ନୂଆଦିଲ୍ଲୀ : ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି । ୧୫ ସଦସ୍ୟ ବିଶିଷ୍ଟ ଦଳରେ ନେତୃତ୍ୱ ଭାର ବେନ ଷ୍ଟୋକ୍ସଙ୍କୁ ଦିଆଯାଇଛି । ଦଳରେ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ସ୍ଥାନ ମିଳିଛି । ଜୁଲାଇ ପହିଲାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଜୁଲାଇ ୧ରୁ ୫ ତାରିଖ ଯାଏଁ ପଞ୍ଚମ ଟେଷ୍ଟ ଖେଳାଯିବ ।
ସିରିଜରେ ଏବେ ଭାରତ ୨- ୧ରେ ଆଗୁଆ ରହିଛି । ଗତ ବର୍ଷ ୪ଟି ମୁକାବିଲା ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି । ଆତ୍ମବିଶ୍ୱାସରେ ଭରପୁର ଇଂଲଣ୍ଡ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ଜିତି ସିରିଜକୁ କବଜା କରିନେଇଥିଲା । ଫଳରେ ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଆତ୍ମବିଶ୍ୱାସରେ ଭରପୁର ଅଛି । ଏବେ ନୂଆ କୋଚ ଓ ଅଧିନାୟକଙ୍କ ନେତୃତ୍ୱରେ ଟିମ ଆକ୍ରମଣାତ୍ମକ କ୍ରିକେଟ ଖେଳୁଛି ।