ସ୍ୱର୍ଣ୍ଣପଦକ ବିଜୟିନୀ ନେହା ତାରିଆଙ୍କୁ ବରଗଡ଼ରେ ସମ୍ବର୍ଦ୍ଧନା

ସ୍ୱର୍ଣ୍ଣପଦକ ଜିତି ବରଗଡ଼ ମାଟିର ଗୌରବ…

ବରଗଡ(ସାକ୍‌ସୀ ନ୍ୟୁଜ୍‌): ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତି ବରଗଡ଼ ମାଟିର ଗୌରବ ବଢ଼ାଇଥିବା ନେହା ତାରିଆଙ୍କୁ ଆଜି ବରଗଡ଼ରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି ।

ଶ୍ରୀଲଙ୍କାର କଲମ୍ବୋ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସାଉଥ ଏସିଆନ୍ ଗୋଲ୍ ଶଟ୍‌ବଲ୍ ଚାମ୍ପିଅନ୍‌ଶିପ୍‌ରେ ନେହା ଭାରତ ପକ୍ଷରୁ ଅଂଶଗ୍ରହଣ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ତାଙ୍କର ଏହି ଐତିହାସିକ ସଫଳତା ବରଗଡ଼ ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ନେହାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ନେହାଙ୍କ ଅସାଧାରଣ କ୍ରୀଡ଼ା ପ୍ରତିଭା, ନିଷ୍ଠା ଓ କଠିନ ପରିଶ୍ରମ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇଛି ।

ନେହାଙ୍କ ଏହି ସଫଳତାରେ ବରଗଡ଼ବାସୀ ଆନନ୍ଦ ପ୍ରକାଶ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ କ୍ରୀଡ଼ା ଜୀବନର ସଫଳତା କାମନା କରିଛନ୍ତି ।