ନୂଆଦିଲ୍ଲୀ : ଚଳିତବର୍ଷ ଆଇପିଏଲ-୨୦୨୨ ସିଜନର ନୂଆ ଦଳ ଗୁଜରାଟ ଟାଇଟନ୍ସ ନିଜର ଜର୍ସି ଉନ୍ମୋଚନ କରିଛି । ଏହି ଅବସରରେ ଜର୍ସି ସହ ଟିମର ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇଛି । ବିସିସିଆଇ ସଂପାଦକ ଜୟ ଶାହା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବଜର ଦବାଇ ଜର୍ସିକୁ ଲୋକଙ୍କ ସାମ୍ନାରେ ରଖିଛନ୍ତି । ଦଳର ଜର୍ସି ବ୍ଲ୍ୟୁ ରଙ୍ଗର ରହିଛି । ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ଆଇପିଏଲ-୨୦୨୨ରେ ନିଜର ପ୍ରଥମ ମୁକାବିଲା ଆସନ୍ତା ମାର୍ଚ୍ଚ ୨୮ରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଲକ୍ଷେ୍ନø ବିପକ୍ଷରେ ଖେଳିବ ।