ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ : ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜୟବରଣ କରିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ସମସ୍ତ ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦେବାକୁ କହିଥିଲେ । ସେହିପରି ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ଏନେଇ ସିଦ୍ଧୁ ଟ୍ୱିଟ କରି ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି

। ସେ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କୁ ସମ୍ମାନ ଜଣାଇ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ସେହିପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଏହି ପରାଜୟ କାରଣ ଲାଗି ସୋନିଆ ଗାନ୍ଧୀ ଏହି ସମସ୍ତ ୫ ରାଜ୍ୟ କଂଗ୍ରେସ କମିଟି ସଭାପତିଙ୍କଠାରୁ ଇସ୍ତଫା ମାଗିଥିଲେ ।