ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ: ଭାରତୀୟ ଦଳରୁ ବାଦ୍‌ ପଡିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଇପିଏଲର ୧୫ତମ ସଂସ୍କରଣରେ ଏକ ବଡ ଦାୟିତ୍ୱ ମିଳିପାରେ । ହାର୍ଦ୍ଦିକ ଆଇପିଏଲର ନୂଆ ଫ୍ରାଞ୍ଚାଇଜି ଅହମଦାବାଦର ଅଧିନାୟକ ନିଯୁକ୍ତି ହୋଇପାରନ୍ତି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅହମଦାବାଦ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ୍‌ ଖାନ ଓ ଈଶାନ୍‌ କିଶନଙ୍କୁ ସାମିଲ୍‌ କରିପାରେ । ତେବେ ହାର୍ଦ୍ଦିକଙ୍କୁ ଟିମର ଅଧିନାୟକ କରାଯାଇପାରେ । ଆଇପିଏଲର ଜଣେ ଅଧିକାରୀ କହିଛନ୍ତି ଯେ ହାର୍ଦ୍ଦିକଙ୍କୁ ଅହମଦାବାଦ ଫ୍ରାଞ୍ଚାଇଜିର କ୍ୟାପଟେନ୍‌ ଭାବେ ଚୟନ କରାଯାଇଛି । ବର୍ତ୍ତମାନ ହାର୍ଦ୍ଦିକ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି । ବର୍ତ୍ତମାନ ହାର୍ଦ୍ଦିକ ଫିଟନେସ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।