ଆଇସିୟୁରେ ଲତା

ମୁମ୍ବାଇ: କୋଭିଡ ଲାଗି ହସ୍ପିଟାଲରେ ଭର୍ତ୍ତି ହେଲେ ଲତା ମଙ୍ଗେସକର । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଲତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଆଶ୍ୱସ୍ତିକର କଥା ଯେ ଲତାଙ୍କର ସାମାନ୍ୟ କୋଭିଡ ଲକ୍ଷଣ ରହିବା ସହ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ଅନେକ ସେଲେବ୍ରିଟିଙ୍କ ଓ ଲତାଙ୍କ ଫ୍ୟାନମାନେ ମଧ୍ୟ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି । ସୂଚନା ମୁତାବକ ମହାରାଷ୍ଟ୍ରରେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋଭିଡ ବଢିବାରେ ଲାଗିଛି ।