ସୁଜୈନଙ୍କୁ ଓମିକ୍ରନ

ମୁମ୍ବାଇ: ସାରା ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଓ କରୋନାର ନୂଆ ଭାରିଆଣ୍ଟ ଓମକ୍ରିନ । ସେହିପରି ବଲିଉଡରେ ଏବେ କୋଭିଡ ଜାଲରେ ଗୋଟିଏ ପରେ ଗୋଟିଏ ସେଲେବ୍ରିଟି ଏଥିରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ସୁଜୈନ ପୂର୍ବରୁ ତାଙ୍କ ପୂର୍ବତନ ସ୍ୱାମୀ ହ୍ରିତିକଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପୁଅ ସହ ହ୍ରିତିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସେହିପରି ଉଭୟଙ୍କ ଛାଡପତ୍ର ପରେ ଅଲଗା ହୋଇଯାଇଛନ୍ତି କିନ୍ତୁ ଦୁହେଁ ଆଜି ମଧ୍ୟ ଭଲ ବନ୍ଧୁ ଅଛନ୍ତି । ସେହିପରି ସେ କହିଛନ୍ତି ଯେ, ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ।