ଆଜିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ଭିତରକନିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୬ଟି ଟିମ୍ ନିୟୋଜିତ ହେବା ସହ ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ସଦସ୍ୟ ରହିଛନ୍ତି । ତେବେ ଏହି କାର୍ଯ୍ୟରେ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁରର ସମସ୍ତ ଆଇଲ୍ୟାଣ୍ଡ, ମ୍ୟାଙ୍ଗଗ୍ରୁପ ଓ ଜଙ୍ଗଲରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।