ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ । କିନ୍ତୁ ସେ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ବିରାଟ କୋହଲି ଫ୍ଲପ ହେବା ପରେ ପ୍ରଶଂସକମାନେ ରାଗିଯାଇଛନ୍ତି । ବିରାଟଙ୍କୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କାରଣ ବିରାଟ କୋହଲିଙ୍କ ଅନୁପସ୍ଥିତିରେ କିଛି ଟି-୨୦ ଦୀପକ ହୁଡ୍ଡାଙ୍କ ସମେତ ଅନେକ ଖେଳିଥିଲେ । ଦୀପକ ହୁଡ୍ଡା ଲଗାତାର ଭଲ ପ୍ରଦର୍ଶନ କରିଥିଲେ ।
ଆୟରଲାଣ୍ଡ ବିପକ୍ଷରେ ଶତକ ଓ ତିନିଟ ପାଳିରେ ସେ ୧୮୪ ରନ୍ କରିଥିଲେ । ଦୀପକ ହୁଡ୍ଡାଙ୍କ ୩ ପାଳି ଇଂଲଣ୍ଡ ବିପକ୍ଷରେ ୩୩ ଓ ଆୟରଲାଣ୍ଡା ବିପକ୍ଷରେ ୧୦୪ ଓ ଅପରାଜିତ ୪୭ ରନ୍ କରିଛନ୍ତି । ତେବେ ଦୀପକ ହୁଡ୍ଡା ଭଲ ଫର୍ମରେ ଥିଲେ ମଧ୍ୟ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ଦୁଃଖର ବିଷୟ ।