୫ ମହିଳା ଟିମକୁ ଆଇସିସିର ଦିନିକିଆ ମାନ୍ୟତା
ମହିଳା କ୍ରିକେଟକୁ ଆଇସିସି ପକ୍ଷରୁ ୫ଟି ଆସୋସିଏଟ ଦଳକୁ ଦିନିକିଆ ମାନ୍ୟତା…
ନୂଆଦିଲ୍ଲୀ : ମହିଳା କ୍ରିକେଟକୁ ଆଇସିସି ପକ୍ଷରୁ ୫ଟି ଆସୋସିଏଟ ଦଳକୁ ଦିନିକିଆ ମାନ୍ୟତା ପ୍ରଦାନ କରାଯାଇଛି । ନେଦରଲାଣ୍ଡ୍ସ, ପପୁଆ ନ୍ୟୁଗିନି, ସ୍କଟଲାଣ୍ଡ, ଥାଇଲାଣ୍ଡ ଏବଂ ଆମେରିକା ଦଳକୁ ଦିନିକିଆ ମାନ୍ୟତା ମିଳିଛି । ଏହି ୫ଟି ଯାକ ଦଳ ଆଗାମୀ ୨୦୨୫ ବିଶ୍ୱକପରେ ସାମିଲ୍ ହେବେ । ଥାଇଲାଣ୍ଡ ଟି-୨୦ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଦିନିକିଆ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲା । ଆଇସିସି ପକ୍ଷରୁ ମହିଳା ଚାମ୍ପିଅନସିପର ନୂଆ ସଂସ୍କରଣ ପାଇଁ ଦୁଇଟି ନୂଆ ଦଳ ସାମିଲ କରାଯାଇଛି । ବାଂଲାଦେଶ ଓ ଆୟର୍ଲାଣ୍ଡ ଦଳ ଏଥିରେରେ ସାମିଲ ହେବେ । ଏଥର ୧୦ଟି ଦଳକୁ ନେଇ ମହିଳା ଚାମ୍ପିଅନସିପ ଅନୁଷ୍ଠିତ ହେବ ।