ଜୁନ୍‌ ପହିଲାରୁ ଲାଗୁ ହେବ ବୀମା ପ୍ରୀମିୟର ନୂଆ ଦର

କେନ୍ଦ୍ର ସରକାର ସମସ୍ତ ଯାନବାହନର ଥାର୍ଡ ପାର୍ଟି ଗାଡିର ବୀମାର ପ୍ରୀମିୟର ବଢାଇବା ନେଇ ଘୋଷଣା….

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମସ୍ତ ଯାନବାହନର ଥାର୍ଡ ପାର୍ଟି ଗାଡିର ବୀମାର ପ୍ରୀମିୟର ବଢାଇବା ନେଇ ଘୋଷଣା କରିଛନ୍ତି । କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ବୁଧବାର ଏସଂକ୍ରାନ୍ତରେ ଆଦେଶ ଜାରି କରିଦେଇଛନ୍ତି । ସରକାରଙ୍କ ଏହି ଆଦେଶ ଆସନ୍ତା ଜନ ୧ଠାରୁ ଲାଗୁ ହେବ । ଏହି କାରଣରୁ ଦୁଇ ଚକିଆ ବାହନର ବୀମା ରାଶି ମହଙ୍ଗା ହୋଇପାରେ ।

ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଶୋଧିତ ଦର ଅନୁସାରେ ୧ ହଜାର ସିସି କ୍ଷମତା ଇଂଜିନ ଥିବା ଘରୋଇ କାର ପାଇଁ ଥାର୍ଡପାର୍ଟି ବୀମା ପ୍ରୀମିୟର ଏବେ ୨୦୯୪ ଟଙ୍କା ହେବ । ବର୍ଷ ୨୦୧୯-୨୦ରେ ଏହି ପ୍ରୀମିୟର ୨୦୭୨ ଟଙ୍କା ଥିଲା । ସେହିପରି ୧୦୦୦ରୁ ୧୫୦୦ ସିସି ଇଂଜିନର ପ୍ରାଇଭେଟ କାର ପାଇଁ ପ୍ରୀମିୟର ପାଇଁ ଏହା ୩୨୨୧ରୁ ବଢି ୩୪୧୬ ଟଙ୍କା ହେବ । ମାତ୍ର ସରକାର ୧୫୦୦ରୁ ଅଧିକ ସିସି ପ୍ରାଇଭେଟ କାର ମାଲିକଙ୍କୁ ଥାର୍ଡ ପାର୍ଟି ବୀମାର ପ୍ରୀମିୟମ ନେଇ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସରକାର ଏହି କ୍ଷମତାର କାରର ପ୍ରୀମିୟର ପୂର୍ବତୁଳନାରେ କମ କରିଦେଇଛନ୍ତି ।