କଲମ୍ବୋ : ପୁଣିଥରେ ଆଇସିସି ବିଶ୍ୱ ଚାମ୍ପିୟନଶିପ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ଶ୍ରୀଲଙ୍କା । ଦ୍ୱିତୀୟ ଟେଷ୍ଟରେ ଦଳ ପାକିସ୍ତାନକୁ ଏକତରଫା ଭାବେ ୨୪୬ ରନରେ ହରାଇ ଏହି ସଫଳତା ପାଇଛି । କଲମ୍ବୋରେ ଖେଳା ଯାଉଥିବା ପ୍ରଥମେ ଟେଷ୍ଟକୁ ପାକିସ୍ତାନ ଜିତିବା ପରେ ଶ୍ରୀଲଙ୍କା ରାଙ୍କିଙ୍ଗର ତଳକୁ ଖସି ଯାଇଥିଲେ । ହେଲେ ଦ୍ୱିତୀୟ ଟେଷ୍ଟକୁ ଜିତି ପୁଣିଥରେ ୩ନଂ ସ୍ଥାନ ଦଖଲ କରି ନେଇଛି । ସେହିପରି ବୃହତ୍ତ ପରାଜୟ ପରେ ବାବର ଆଜମଙ୍କ ପାକିସ୍ତାନ ରାଙ୍କିଙ୍ଗର ୩ନଂ ସ୍ଥାନରୁ ୫ମକୁ ଖସିଛି ।
ଭାରତ ପୂର୍ବଭଳି ୪ର୍ଥ ସ୍ଥାନରେ ରହିଛି । ଗାଲେରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୭୮ ରନ କରିଥିଲା । ଏହାର ଜବାବରେ ପାକିସ୍ତାନ ୨୩୧ ରନରେ ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କାର ଦୁଇ ସ୍ପିନର ରମେଶ ମେଣ୍ଡିସ ଓ ପ୍ରଭାତ ଜୟସୂରିୟା ଦମଦାର ପ୍ରଦର୍ଶନ କରିଥିଲେ । ରମେଶ ୫ଟି ଓ ପ୍ରଭାତ ପ୍ରଥମ ଇନିଂସରେ ୩ଟି ସଫଳତା ପାଇଥିଲେ । ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲା ।