ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବକୁ ଯାଉଛି ଟି-୨୦ ବିଶ୍ୱକପ । ଏନେଇ ଆଇସିସି ଏହାର ଖେଳସୂଚୀ ଜାରି କରିଛି । ଅଷ୍ଟ୍ରେଲିଆ ମାଟିରେ ଟି-୨୦ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ । ସେହିପରି ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ । ଟି-୨୦ ବିଶ୍ୱକପ ଚଳିତବର୍ଷ ଅକ୍ଟୋବର ୧୬ରୁ ଆରମ୍ଭ ହେବ ।
ଏହି ଟି-୨୦ ବିଶ୍ୱକପରେ ପ୍ରଥମେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୨୩ରେ ପାକିସ୍ତାନ-ଭାରତ ମଧ୍ୟରେ କଡା ଟକ୍କର ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ୱାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଏଥିରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ।