ପିତାଙ୍କ ସମ୍ପତ୍ତିରେ ଝିଅଙ୍କର ରହିଛି ପୂର୍ଣ୍ଣ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏରିକି ଝିଅମାନେ ପିତାଙ୍କ ସଂପତ୍ତି ଓ ଅନ୍ୟ ସମ୍ପତ୍ତିରେ ରହିଛି ପୂର୍ଣ୍ଣ ଅଧିକାର । ସୁପ୍ରିମକୋର୍ଟ କହିଛନ୍ତି କି ଝିଅଙ୍କୁ ପରିବାରର ଅନ୍ୟ ସଦସ୍ୟଙ୍କ ଅପେକ୍ଷା ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ । ସୁପ୍ରିମକୋର୍ଟରେ ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରାଯାଇଥିଲା । ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତି ମାଦ୍ରାସ ହାଇକୋର୍ଟଙ୍କର ଏକ ନିଷ୍ପତ୍ତି ବିରୋଧରେ ଦାୟର ଅପିଲ ଉପରେ ଆସିଥିଲା । ଯାହାକି ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁସାରେ ହିନ୍ଦୁ ମହିଳା ଓ ବିଧବାଙ୍କ ସମ୍ପତ୍ତି ଅଧିକାର ସହ ସମ୍ୱନ୍ଧିତ ଥିଲା ।

ଜଷ୍ଟିସ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କର ମିଳିତ ଖଣ୍ଡପୀଠ କହିଛନ୍ତି କି, ଇଛା ନଥାଇ ବି ମୃତ କୌଣସି ହିନ୍ଦୁ ପୁରୁଷଙ୍କର ମୃତ୍ୟୁ ପରେ ତାଙ୍କର ସଂପତ୍ତି ହେଉ ବା ପାରିବାରିକ ସମ୍ପତ୍ତିର ବିଭାଜନରେ ମିଳିଥାଉ । ଏହାକୁ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗବାଣ୍ଟ ହେବ । ପୀଠ ଏହା ସହ କହିଛନ୍ତି କି ଏମିତି ପୁରୁଷ ହିନ୍ଦୁଙ୍କର ଝିଅ ନିଜର ଅନ୍ୟ ସମ୍ୱନ୍ଧୀୟଙ୍କ ସହ ପ୍ରମୁଖ ଭାବେ ଉତ୍ତରାଧିକାରୀ ରୂପେ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ହକଦାର ହେବେ ।