କୋଭିଡ ଟେଷ୍ଟିଂରେ ଲୋକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସରକାର କରୋନା ଟେଷ୍ଟ ପାଇଁ ନୂଆ ମୂଲ୍ୟ ଜାରି କରିଛନ୍ତି । ଏହି ନୂଆ ମୂଲ୍ୟ ଅନୁଯାୟୀ ଏହି କୋଭିଡ ଟେଷ୍ଟ ଶସ୍ତା ହେବ । ସେହିପରି ଘରୋଇ ଲ୍ୟାବୋରେଟରୀରେ ୩୦୦ ଟଙ୍କାରେ ଟେଷ୍ଟ ହୋଇପାରିବ । ସେହିପରି ଆଣ୍ଟିଜେନ ଟେଷ୍ଟ ପାଇଁ ୧୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରେ କେଜ୍ରିୱାଲ ସରକାର କରୋନା ଟେଷ୍ଟିଂରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ସେହିପରି କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀରେ କରୋନା ଟେଷ୍ଟ କରିବା ଶସ୍ତା ହେବ ବୋଲି ସୂଚନା ମିଳିଛି ।