ଭାରତକୁ ମହଙ୍ଗା ପଡ଼ିଲା ;ରାହୁଲଙ୍କ ଗୋଟିଏ କ୍ୟାଚ୍ ଡ୍ରପ୍ , ୮୦ ରନ୍ କଲେ ଡିକୱେଲା
ରାହୁଲଙ୍କ ସେହି କ୍ୟାଚ୍ ମିସ୍କୁ ନେଇ ଭାରତୀୟ ଦଳର ଫିଲ୍ଡିଂ ଉପରେ ପ୍ରଶ୍ନ ଉଠିଛି…
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ଏକ କ୍ୟାଚ୍ ମିସ୍ ଭାରତୀୟ ଦଳ ପାଇଁ ମହଙ୍ଗା ପଡ଼ିଛି । ଭାରତୀୟ ୱିକେଟକିପର କେଏଲ୍ ରାହୁଲ ନିରୋଶନ ଡିକୱେଲାଙ୍କ କ୍ୟାଚ୍ ଛାଡ଼ିବା ପରେ ଶ୍ରୀଲଙ୍କା ବ୍ୟାଟର ଏହାର ପୂରା ଫାଇଦା ଉଠାଇଛନ୍ତି ।
ଡିକୱେଲା ଯେତେବେଳେ ଅଳ୍ପ ରନ୍ରେ ବ୍ୟାଟିଂ କରୁଥିଲେ, ସେତେବେଳେ ତାଙ୍କୁ ଆଉଟ୍ କରିବାର ସୁଯୋଗ ମିଳିଥିଲା । କିନ୍ତୁ ରାହୁଲଙ୍କ ହାତରୁ କ୍ୟାଚ୍ ଖସିଯିବା ପରେ ମ୍ୟାଚ୍ର ଗତିପଥ ବଦଳି ଯାଇଥିଲା ।
ଜୀବନଦାନ ପାଇବା ପରେ ଡିକୱେଲା ଆଉ ପଛକୁ ଚାହିଁନଥିଲେ। ଦମଦାର ବ୍ୟାଟିଂ କରି ସେ ୮୦ ରନ୍ ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲା । ତାଙ୍କ ବ୍ୟାଟିଂ ଶ୍ରୀଲଙ୍କାକୁ ଭଲ ସ୍ଥିତିରେ ପହଞ୍ଚାଇବାରେ ବଡ଼ ଭୂମିକା ନେଇଥିଲା ।ଏପଟେ ରାହୁଲଙ୍କ ସେହି କ୍ୟାଚ୍ ମିସ୍କୁ ନେଇ ଭାରତୀୟ ଦଳର ଫିଲ୍ଡିଂ ଉପରେ ପ୍ରଶ୍ନ ଉଠିଛି ।