ଲକ୍ଷ୍ନୌ : ଆଜିଠୁ ଭାରତ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ। ଏହି ସିରିଜରେ ଭାରତର ଅନେକ ସିନିଅର ଖେଳାଳି ବିଶ୍ରାମ ନେଇଥିବା ବେଳେ ୨ ଜଣ ଖେଳାଳୀ ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ଦୀପକ ଚହର ମଧ୍ୟ ଆହତ ଲାଗି ବାଦ ପଡିଛନ୍ତି। ବିରାଟ କୋହଲି, ଋଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଚଳିତ ବର୍ଷ ଅଷ୍ଟ୍ରଲିଆରେ ହେବାକୁ ଥିବା ଟି୨୦ ବିଶ୍ବକପ ପ୍ରସ୍ତୁତି ଲାଗି ଆଜିର ମ୍ୟାଚରେ ସ୍ଥାନ ପାଇଥିବା ଖେଳାଳୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ। ଏହା ପୂର୍ବ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିବାରୁ ମନୋବଳ ଦୃଢ ରହିଛି। ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।
ଆହୁରି ପଢ଼ନ୍ତୁ...