ଏସିଆକପ୍‌ ଫାଇନାଲ୍‌ରେ ଭାରତର ଲଜ୍ଜାଜନକ ପରାଜୟ

ପାକିସ୍ତାନ ଏସିଆ ଚମ୍ପିଆନ୍‌

୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲରେ …..

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲରେ ଭାରତ ପରାସ୍ତ । ପାକିସ୍ତାନ ଠାରୁ ଶୋଚନୀୟ ଭାବେ ହାରିଲା ଟିମ୍‌ ଇଣ୍ଡିଆ । ଟାଇଟଲ ମୁକାବିଲାରେ ପାକିସ୍ତାନର ବିଶାଳ ବିଜୟ । ୧୯୧ ରନରେ ବାଜି ମାରିନେଲା ପାକ୍‌ ଟିମ୍‌ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ ଟାର୍ଗେଟ୍‌ ଦେଇଥିଲା । ଏହାର ଜବାବରେ ଟିମ୍‌ ଇଣ୍ଡିଆ ମାତ୍ର ୧୫୬ ରନରେ ଆଲଆଉଟ୍‌ ହୋଇଛି ଦଳ । ପୂରା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତ ଫାଇନାଲରେ ଫେଲ୍‌ ମାରିଛି । ଭାରତର ବିଜୟ ରଥରେ ବ୍ରେକ୍‌ ଦେଇଛି ପାକିସ୍ତାନ ଟିମ୍‌ । ସମୀର ମିନାହ୍ସ ୧୭୨ ରନର ଜବରଦସ୍ତ ଇନିଂସ ଖେଳି ପ୍ଲେୟାର ଅଫ ଦି ମ୍ୟାଚ୍‌ ହୋଇଛନ୍ତି । ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ ମୁକାବିଲା ଖେଳା ଯାଇଥିଲା। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ପକିସ୍ତାନ । ଟିମ୍‌ ଇଣ୍ଡିଆକୁ ପ୍ରାରମ୍ଭିକ ସଫଳତା ମିଳିଥିଲେ ମଧ୍ୟ କ୍ରମାଗତ ୱିକେଟ୍‌ ପକାଇ ପାରିନଥିଲା ଆୟୂଷ ମାହତ୍ରେଙ୍କ ଟିମ୍‌ । ପାକିସ୍ତାନର ଓପନର ବ୍ୟାଟର ସମୀର ମିନାହସ୍‌ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ସେ ଫାଇନାଲ୍‌ ମୁକାବିଲାରେ ଜବରଦସ୍ତ ଇନିଂସ ଖେଳିଛନ୍ତି । ୧୭୨ ରନର ଶତକୀୟ ଇନିଂସ ଖେଳି ଭାରତକୁ ବ୍ୟାକ୍‌ ଫୁଟକୁ ଠେଲି ଦେଇଥିଲେ । ସେହିପରି ପାକିସ୍ତାନ ପକ୍ଷରୁ ଉସ୍ମାନ ଖାନ ୩୫ରନ ଏବଂ ଅହମ୍ମଦ ହୁସେନ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଯାହା ଫଳରେ ନିର୍ଦ୍ଧରିତ ୫୦ ଓଭରରେ ଦଳ ୩୪୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ।

୩୪୮ ରନର ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇ ଥିଲା ଟିମ୍‌ ଇଣ୍ଡିଆ। ପ୍ରଥମ ଓଭରରେ ପାକିସ୍ତାନ ବୋଲରଙ୍କ ଉପରେ ବର୍ଷିଥିଲେ ବୈଭବ ସୂର୍ଯ୍ୟବଂଶୀ । ହେଲେ ସେ ଅଧିକ ସମୟ ତିଷ୍ଠି ପାରିନଥିଲେ । ବୈଭବ ମାତ୍ର ୨୬ ରନ କରି ଆଉଟ୍‌ ହୋଉଥିଲେ । ଏହା ପରେ ଭାରତୀୟ ଦଳର କ୍ରମାଗତ ଭାବେ ୱିକେଟ୍‌ ପତନ ହୋଇଥିଲା । ଭାରତ ପକ୍ଷରୁ ଦିପେଶ ଦେବେନ୍ଦ୍ରନ ସର୍ବାଧିକ ୩୬ ରନ ସଂଗ୍ରହ କରିଥିଲେ । ଫଳରେ ଭାରତୀୟ ଦଳ ମାତ୍ର ୧୫୬ ରନ କରି ଅଲଆଉଟ୍‌ ହୋଇଥିଲା । ଅଣ୍ଡର ୧୯ ଏସିଆ କପ୍‌ ଫାଇନାଲ ମୁକାବିଲାକୁ ୧୯୧ ରନରେ ଜିତି ନେଇ ପାକିସ୍ତାନ ଚାମ୍ପିଅନ ହୋଇଛି । ଏସିଆ କପରେ ସମୀର ମିନାହସ ପ୍ଲେୟାର ଅଫ ଦି ସିରିଜ୍‌ ଏବଂ ପ୍ଲେୟାର ଅଫ ଦି ମ୍ୟାଚ୍‌ ହୋଇଛନ୍ତି ।