ସିରିଜ ଡ୍ର ପରେ ବି ଭାରତର ବିଶ୍ୱ ରେକର୍ଡ
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ୨-୨ରେ ଡ୍ର ଭାବେ ସମାପ୍ତ…
ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ୨-୨ରେ ଡ୍ର ଭାବେ ସମାପ୍ତ ହୋଇଛି । ବେଙ୍ଗାଲୁରୁରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ଭାରତ ସିରିଜ ଜିତିନଥିଲେ ବି ଅଷ୍ଟ୍ରେଲିଆର ରେକର୍ଡ ଧ୍ୱସ୍ତ କରିଛି । କ୍ରମାଗତ ନଅଟି ଟି-୨୦ ସିରିଜରେ ଭାରତ ପରାଜିତ ହୋଇ ନାହିଁ । ଏହି ପରି ଦଳ ଅଷ୍ଟ୍ରେଲିଆର ୨୦୦୬ରୁ ୨୦୧୦ ମଧ୍ୟରେ ହୋଇଥିବା ବିଶ୍ୱ ରେକର୍ଡ ଭାଙ୍ଗିଛି । ଅଷ୍ଟ୍ରେଲିଆ ୨୦୦୬ରୁ ୨୦୧୦ ମଧ୍ୟରେ ନିଜ ଘରୋଇ ମାଟିରେ ଲଗାତାର ଆଠଟି ଟି-୨୦ ସିରିଜରେ ପରାଜୟର ମୁହଁ ଦେଖିନଥିଲା ।
ଭାରତ ୨୦୧୯ରୁ ଏ ପର୍ଯ୍ୟନ୍ତ ଘରୋଇ ମାଟିରେ ଗୋଟିଏ ବି ଟି-୨୦ ସିରିଜ ହାରି ନାହିଁ । ଦଳ ନଅଟି ସିରିଜରେ ପରାଜିତ ହୋଇ ନାହିଁ । ଏହି ମାମଲାରେ ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ଦଳ ୨୦୦୭ରୁ ୨୦୧୦ ମଧ୍ୟର ଘରୋଇ ମାଟିରେ ଲଗାତାର ସାତ ସିରିଜରେ ପରାଜୟର ସାମ୍ନା କରିନଥିଲା ।