ଆୟରଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଛୋଟ ବ୍ରେକ

ସାଉଥ ଆଫ୍ରିକା ଟି-୨୦ ସିରିଜ ପରେ ଏବେ ଆୟରଲାଣ୍ଡ ଗସ୍ତରେ ଯିବ..

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଟି-୨୦ ସିରିଜ ପରେ ଏବେ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଆୟରଲାଣ୍ଡ ଯିବା ପୂର୍ବରୁ ଦଳକୁ ୩ ଦିନର ଏକ ଛୋଟ ବ୍ରେକ ଦିଆଯିବା ନେଇ ନିଷ୍ପତ୍ତି ନେଇଛି ବିସିସିଆଇ । ୨ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ୩ ଦିନ ବ୍ରେକ ପରେ ଆୟରଲାଣ୍ଡ ବାହାରିବ ଟିମ ଇଣ୍ଡିଆ । ଏହି ସିରିଜର ନେତୃତ୍ୱ ନେବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆୟଲାଣ୍ଡ ଯିବା ପାଇଁ ଥିବା ସମସ୍ତ ସଦସ୍ୟ ଆସନ୍ତା ଜୁନ ୨୩ ତାରିଖରେମୁମ୍ବାଇରେ ଏକତ୍ରିତ ହେବେ । ଏହା ପରଦିନ ଡବଲିନ ପାଇଁ ବାହାରିବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପକ୍ଷରେ ମାଲାହିଡେରେ ୨୬ ଏବଂ ୨୮ ତାରିଖରେ ଦୁଇଟି ଟି୨୦ ମ୍ୟାଚ ଖେଳାଯିବ ।